ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଚାଲିଗଲେ ଶଲାବୁଢ଼ା

0

ଭୁବନେଶ୍ବର: ସମ୍ବଲପୁରୀ ସିନେମା “ଶଲାବୁଢା” ଅଭିନେତା, ନାଟ୍ୟକାର ଅଟଳ ପଣ୍ଡାଙ୍କର ଆଜି ଭିମ୍‌ସାର, ସମ୍ବଲପୁରରେ ଭୋର ୩ଟା ୪୫ରେ ପରଲୋକ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ୧୯ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ଧରି ସେ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଅଟଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଶୋକର ସୁଅ ଛୁଟିଛି। କିଛି ଦିନ ତଳେ ସେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ।

୧୯୪୪ ମସିହାରୁ ମଞ୍ଚ ଅଭିନୟ ଆରମ୍ଭ କରିଥିବା ଅଟଳ ସୋନପୁର ଜିଲ୍ଲାର ବିନିକାରେ ଜନ୍ମଗ୍ରହଣ କରିଥିଲେ। ୮୨ ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ପାଦ ଥିବା ଅଟଳ, ସମ୍ଭବତଃ ଏମିତି ଜଣେ କଳାକାର, ଯାହାର ସବୁ ଚଳଚ୍ଚିତ୍ର ଜାତୀୟ ବା ରାଜ୍ୟ ପୁରସ୍କାର ପାଇଛି। ୨୦୧୨-୧୩ରେ ସେ ଶଲାବୁଢାରେ ଅଭିନୟ କରିଥିଲେ। ସେବର୍ଷ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ପୁରସ୍କାର ପାଇଥିଲା। ଶ୍ରେଷ୍ଠ ଅଭିନେତା ଠାରୁ ଆରମ୍ଭ କରି ଶ୍ରେଷ୍ଠ ନିର୍ଦେଶକଙ୍କ ପର୍ଯ୍ୟନ୍ତ ସାତଟି ପୁରସ୍କାର ଗୋଟାଇଥିଲା ଏହି ଫିଲ୍ମ। ଏହାର ପରବର୍ଷ ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିଲା। ଏହା ପରେ ଆଦିମ ବିଚାର ଏବଂ ଶେଷରେ ଶଲାବୁ଼ଢ଼ା ବଦଲା ଚଳଚ୍ଚିତ୍ର ଗତବର୍ଷ ଜାତୀୟ ପୁରସ୍କାର ପାଇଥିଲା। ୨୦୧୯ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ତାଙ୍କୁ ଡି-ଲିଟ୍ ଉପାଧି ପ୍ରଦାନ କରିଥିଲେ।

ସେ ପାଖାପାଖି ୬୫ଟି ନାଟକ ରଚନା କରିଛନ୍ତି, ଯାହା ବିଭିନ୍ନ ମଞ୍ଚ ଠାରୁ ଆରମ୍ଭ କରି ରେଡିଓ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପରିବେଷଣ ହୋଇଛି। ଏମଧ୍ୟରୁ ଅଧିକାଂଶ ସମ୍ବଲପୁରୀ ଥିଲା। ଗୋଟିଏ ସମୟରେ ଫଟା କପାଳ ନାଟକ ରଚନା କରି ସେ ଓଡ଼ିଶାରେ ଚର୍ଚ୍ଚାକୁ ଆସିଥିଲେ। ସେ ଅନେକ ସମ୍ବଲପୁରୀ ଗୀତ ମଧ୍ୟ ରଚନା କରିଛନ୍ତି।

Leave A Reply

Your email address will not be published.