ପ୍ରମୁଖ ଖବର

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ନୋଟିସ ଜାରି
ରଞ୍ଜନା ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର
କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ
ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଦେବେନ୍ଦ୍ର ଫଡ୍‌ନାବୀସ
ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

ମନ୍ତ୍ରୀ ନବ ଦାସଙ୍କୁ ବହିଷ୍କାର କରାଯିବନି କାହିଁକି?

0
  • ନକଲି ଔଷଧ ଘଟଣାରେ ସ୍ବାସ୍ଥ୍ୟ ବିଭାଗର ଭୂମିକାକୁ ନେଇ ଉଠିଲାଣି ବଡ଼ ପ୍ରଶ୍ନ
  • ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପରିଚାଳନା ପ୍ରକ୍ରିୟାରେ ଅପବାଦ ଲଦିଦେଲା ସ୍ବାସ୍ଥ୍ୟ ବିଭାଗ
  • କରୋନା କାଳରେ ଲୋକଙ୍କ ଜୀବନ ସହିତ ସାଂଘାତିକ ଖେଳ ଖେଳିଦେଲେ ମାଫିଆ
  • ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର ଅଧିକାରୀମାନେ କାହାକୁ ଜଗିଥିଲେ, ଜାଣିପାରିଲେନି କେମିତି?
  • ବିପର୍ଯ୍ୟୟ ଆଇନ ବଳବତ୍ତର ଥିବା ବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ଏଫ୍‌ଆଇଆର୍ ଦେଇନାହାନ୍ତି କାହିଁକି?
  • କେଉଁ ଲୋକ ନକଲି ଔଷଧ ନେଇଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କିଏ ଅନୁଧ୍ୟାନ କରିବ?

ଭୁବନେଶ୍ବର: କ୍ୟାବିନେଟ୍ ପାହ୍ୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ଗାଡି, ପିଅନ, ଚପରାସି ସବୁ ଖଞ୍ଜି ଦିଆଯାଇଛି। ଏସବୁ କଣ ଅୟସ ପାଇଁ? ନା ରାଜ୍ୟରେ ଲୋକଙ୍କୁ ସେବା ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ?

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବେ ସ୍ବାସ୍ଥ୍ୟ ବିଭାଗର କେଉଁ କାର୍ଯ୍ୟଟି ତୁଲାଉଛନ୍ତି? ଏବେ ସେ କେଉଁଠି?

କେତେ ଥର ଇତିମଧ୍ୟରେ ଲୋକସେବା ଭବନ ଆସିଛନ୍ତି?

କୋଭିଡ୍ ଭଳି ତିରୋଟ ସମୟରେ ବେଶୀ ଦୂର ନୁହେଁ, ରାଜଧାନୀ ଠାରୁ ୨୫ କିଲୋମିଟର ଦୂରରେ ନକଲି ଔଷଧ ବିକ୍ରି ହୋଇଗଲା, ମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ବିଭାଗ ଏ ସଂପର୍କରେ ଟେର୍ ପାଇଲାନି କେମିତି?

ଭେଷଜ ନିୟନ୍ତ୍ରକ ନିର୍ଦେଶାଳୟର ଗୁଇନ୍ଦା ବ୍ୟବସ୍ଥାଟି କାହା କାମରେ ଲାଗିଛି?

କଟକରେ ଥିବା ବିଭାଗର ଡ୍ରଗ୍ସ ଇନ୍‌ସପେକ୍ଟରମାନେ ଆଉ କାହାକୁ ଜଗିଥିଲେ?

ମନ୍ତ୍ରୀ ଠାରୁ ଆରମ୍ଭ କରି ଡ୍ରଗ୍ସ ଇନ୍‌ସପେକ୍ଟରଙ୍କ ପର୍ଯ୍ୟନ୍ତ କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ ହେବେ ନାହିଁ?

କଟକରେ ନକଲି କରୋନା ଔଷଧ ଠାବ କରାଯିବା ଓ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ହସ୍ତକ୍ଷେପ କରି କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ ହେଁ ଏଭଳି ମାଳ ମାଳ ପ୍ରଶ୍ନ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଅପବାଦ ଲଦି ଦେଇଥିବା ପରିପ୍ରେକ୍ଷୀରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିବା ଲାଗି ଦାବି ଧୀରେ ଧୀରେ ଜୋର ଧରିଲେଣି।

କେବଳ ସେତିକି ନୁହେଁ, ନକଲି ଔଷଧ ନେଇ ଖାଇଥିବା ଲୋକମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏବେ କେମିତି ଅଛି, ସର୍ବୋପରି ସେମାନଙ୍କ ଜୀବନ ପ୍ରତି କେତେ ବିପଦ ରହିଛି, ଏସବୁ ସଂପର୍କରେ ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଧ୍ୟାନ କରିବା ଦରକାର। ସଂପ୍ରତି ବିପର୍ଯ୍ୟୟ ପରିଚାଳନା ଆଇନ ବଳବତ୍ତର ରହିଥିବା ପରିପ୍ରେକ୍ଷୀରେ ସ୍ବତନ୍ତ୍ର ରିଲିଫ୍ କମିସନର ମନ୍ତ୍ରୀ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ବିରୋଧରେ ଥାନାରେ ଏତଲା ଦେଇ ଗିରଫ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଅନ୍ୟଥା ଏହି ଆଇନ ରାଜ୍ୟରେ କାହା ପାଇଁ ଲାଗୁ ହୋଇଛି?

ପ୍ରତିଟି ଜୀବନ ମୂଲ୍ୟବାନ। ମୁଖ୍ୟମନ୍ତ୍ରୀ ଏହି ସ୍ଲୋଗାନକୁ ଧରି ବିପର୍ଯ୍ୟୟ ପରିଚାଳନା କରୁଛନ୍ତି। ସେ ବାତ୍ୟା, ବନ୍ୟା ହେଉ କି ମହାମାରୀ। ଓଡ଼ିଶାର ଏଭଳି ଆଭିମୁଖ୍ୟ କାରଣରୁ ଏବେ ବିଶ୍ବର ବିଭିନ୍ନ ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି। ପ୍ରତିଟି ମଣିଷ ଯେବେ ଜୀବନ-ଜୀବିକା ନେଇ ସଂଘର୍ଷ କରୁଛନ୍ତି, ଠିକ୍ ସେହି ସମୟରେ ନକଲି ଔଷଧ ଧରାପଡ଼ିବା ଘଟଣା ସବୁ ମହଲକୁ ଆନ୍ଦୋଳିତ କରୁଛି। ଲୋକେ ଆତଙ୍କିତ ଯେ ସେମାନେ ଖାଇଥିବା ଔଷଧ ଅସଲି ନା ନକଲି। ଏତେ ବଡ଼ ଭୟ ସୃଷ୍ଟି କରିବା ସହିତ ଲୋକଙ୍କ ଜୀବନ ସହିତ ଖେଳ ଖେଳିଥିବା ବ୍ୟବସ୍ଥା ଉପରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କାହାକୁ ହଜମ ହେଉନାହିଁ।

ଦୈନନ୍ଦିନ କୋଭିଡ୍ ପରିଚାଳନାରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଡିଏମ୍‌ଇଟି ପ୍ରମୁଖ ଲାଗିଛନ୍ତି। ଏଥିରେ ମନ୍ତ୍ରୀଙ୍କର କୌଣସି ଭୂମିକା ନାହିଁ। ଏମିତି ଯେ କୋଭିଡ୍ ମେଡିକାଲ ଠିକ୍ ଭାବେ ଚାଲିଛି କି ନାହିଁ, ତାହା ଦେଖିବାକୁ ବି ମନ୍ତ୍ରୀଙ୍କର ଆଗ୍ରହ ହେଲା ନାହିଁ। ଥରୁଟିଏ ଉଚ୍ଚସ୍ତରୀୟ ସମୀକ୍ଷା କରି ସ୍ଥିତି କଣ ହେଲାଣି, କେଉଁ ଅବସ୍ଥାକୁ ଯାଉଛି, ସେକଥା ଦେଖିବାକୁ ବି ସ୍ପୃହା ନାହିଁ। ଏପରି ଜଣେ ମନ୍ତ୍ରୀ କାହିଁକି ରହିବେ? କାହିଁକି ଓ କାହା ସ୍ବାର୍ଥରେ ତାଙ୍କ ପାଇଁ ରାଜ୍ୟ ରାଜକୋଷରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ଏବେ ସନ୍ଦେହ ବଢୁଛି ଯେ କଟକ, ରାଉରକେଲା, କଳାହାଣ୍ଡି, ବାଲେଶ୍ବର ବଲାଙ୍ଗୀର ଆଦି ଅଞ୍ଚଳରେ ଏହି ନକଲି ଔଷଧର ଚେର ଥାଇପାରେ। ଅର୍ଥାତ୍ ଓଢ଼ିଶାର ସବୁ ପ୍ରମୁଖ ସହର ଏବେ ଆତଙ୍କରେ ଅଛନ୍ତି। ତଥାପି ରାଜ୍ୟ ସରକାର କେବଳ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇ ବସିଯାଇଛନ୍ତି। ଏହି ଘଟଣା ସାଧାରଣରେ ସରକାରୀ ବିରୋଧୀ ସ୍ବରକୁ ତୀବ୍ର କଲେଣି। ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ନିରବ ରହିବା ଘଟଣା ମଧ୍ୟ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଏଠାରେ ଉଲ୍ଲେଖଥାଉକି, ୨୦୦୭ରେ ବି ନକଲି ଔଷଧକୁ ନେଇ ସମଗ୍ର ରାଜ୍ୟରେ କମ୍ପନ ସୃଷ୍ଟି ହୋଇଥିଲା। ସେବେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଝିରେ ଏହାର ଚେର ଠାବ କରାଯାଇଥିଲ। ଦୀର୍ଘ ୧୪ବର୍ଷ ପରେ ପୁଣି ଥରେ ନକଲି ଔଷଧ ଧରାପଡ଼ିବା ଘଟଣା କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ଏହି ଘଚଣାର ମୂଳ​ ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥାମାନେ ପହଞ୍ଚିପାରୁନାହାନ୍ତି। ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେଲେ କେବେ ନକଲି ଔଷଧ ଲାଗି ମୁଣ୍ଡ ଗଡ଼ିବ ଏବଂ ସମୁଦାୟ କଳଙ୍କ ମୁଖ୍ୟମନ୍ତ୍ରୀ ନେବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଉଛନ୍ତି।

ରାଜ୍ୟ ସରକାର ତୁରନ୍ତ ଡ୍ରଗ୍ସସ କଣ୍ଟ୍ରୋଲରଙ୍କୁ ନିଲମ୍ବିତ କରିବା ସହିତ ତାଙ୍କ ବିରୋଧରେ ଏତଲା ଦେଇ ଗିରଫ ନ କଲେ କ୍ରାଇମବ୍ରାଞ୍ଚ ତଦନ୍ତର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।ସେହିଭଳି ମନ୍ତ୍ରୀ ନବ ଦାସଙ୍କୁ ବହିଷ୍କାର ନ କଲେ ନକଲି ଔଷଧ ଛିଟା ରାଜ୍ୟ ସରକାରଙ୍କ ଦେହରେ ଯେ ନ ପଡିବ, ଏକଥା କିଏ କହିବ।

Leave A Reply

Your email address will not be published.