ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନଖଣ୍ଡ ତତ୍ତ୍ବାବଧାନ କରିବେ ସମାଜସେବୀ

0

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପ୍ରକାଶ କଲା ବିଜ୍ଞପ୍ତି
୪୧ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ନିଯୁକ୍ତି ଦେଲେ ସରକାର

ସୂର୍ଯ୍ୟ ନାରାୟଣ ଲେଙ୍କା

କେନ୍ଦ୍ରାପଡା: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ୪୧ ଜଣଙ୍କୁ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ଭାବେ ନିଯୁକ୍ତି ଦିଆଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ନବ ନିଯୁକ୍ତ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ଭାବେ କାମ କରିବେ।

କେନ୍ଦ୍ରାପଡା ଜିଲ୍ଲାର ଅବୈତନିକ ବନଖଣ୍ଡ ତତ୍ୱାବଧାରକ ଭାବେ ସାମ୍ବାଦିକ ତଥା ଯୁବ ସମାଜସେବୀ ସୂର୍ଯ୍ୟ ନାରାୟଣ ଲେଙ୍କାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନୁଗୁଳ ଜିଲ୍ଲା ପାଇଁ ଅଦୈତ ଚରଣ ପଣ୍ଡା, ପ୍ରଦୀପ କୁମାର ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ଦାସ, ଭଦ୍ରକ ପାଇଁ ସୁଧିର କୁମାର ମହାନ୍ତି, କଟକ ପାଇଁ ସୁରେଶ ଚନ୍ଦ୍ର ତ୍ରିପାଠୀ, ଢେଙ୍କାନାଳ ପାଇଁ ଶିଶିର କାନ୍ତ ବେହେରା, ବିଜୟ କୁମାର ଦାସ ପ୍ରମୁଖଙ୍କୁ ନିଯୁକ୍ତି ମିଳିଛି । ୨ ବର୍ଷ ଯାଏଁ ଏହି ଅବୈତନିକ ବନଖଣ୍ଡ ତତ୍ୱାବଧାରକ ମାନେ କାର୍ଯ୍ୟ କରିବେ।

Leave A Reply

Your email address will not be published.