ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏବେ ଠୁ ଅଲଗା ରାସ୍ତା ଆମର..

0


ଅମୀର-କିରଣଙ୍କ ଘର ଭାଙ୍ଗିଲା

ମୁମ୍ବାଇ: ୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଛେଦ। ଅଲଗା ହେବେ ଆଗଧାଡିର ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ। ଦୁହେଁ ଏନେଇ ଘୋଷଣା କରିଛନ୍ତି। ୧୫ ବର୍ଷରେ ସାଥୀ ହୋଇ ପୁରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ। ଦୁହିଁଙ୍କର ସଂପର୍କ ବିଶ୍ୱାସ, ସମ୍ମାନ ଏବଂ ଭଲପାଇବା ଦ୍ୱାରା ବଢିଛି । ଏବେ ଏକ ନୁଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ବୋଲି କହିଛନ୍ତି ଉଭୟ ଅମୀର ଓ କିରଣ।

ଦୁହେଁ ଅନେକ ଦିନରୁ ଅଲଗା ହେବାକୁ ନିଷ୍ପତି ନେଇସାରିଥିଲେ । ଏନେଇ ଏବେ ସେମାନେ ଖାଲି ଘୋଷଣା କରୁଥିବା କହିଛନ୍ତି । ଅଲଗା ହେବା ପରେ ବି ପୁଅ ଆଜାଦର ଯତ୍ନ ଏକାଠି ମିଶିକି ନେବେ ବୋଲି କହିଛନ୍ତି। ଏହା ସହ ଫିଲ୍ମ ଏବଂ ଅନ୍ୟ ପ୍ରୋଜେକ୍ଟରେ ମଧ୍ୟ ଏକାଠି କାମ କରିବେ ବୋଲି କହିଛନ୍ତି।

ଫିଲ୍ମ ଲଗନ ସେଟ୍‌ରେ ପ୍ରଥମେ ଅମୀର ଓ କିରଣଙ୍କ ସାକ୍ଷାତ ହୋଇଥିଲା। ଏହା ପରେ ୨୦୦୫ ଡିସେମ୍ବର ୨୮ରେ ଅମୀର ଖାନ ଓ କିରଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସରୋଗେସି ଦ୍ୱାରା ୨୦୧୧ରେ ପୁଅ ଆଜାଦ୍‌ ଜନ୍ମ ନେଇଥିଲା ।

Leave A Reply

Your email address will not be published.