ପ୍ରମୁଖ ଖବର

‘ପୁଷ୍ପା ୨’ ଦଳାଚକଟା ଘଟଣାରେ ମୃତ ମହିଳାଙ୍କ ପରିବାରକୁ ୨ କୋଟି ଦେବେ ଅଲ୍ଲୁ ଅର୍ଜୁନ
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ
କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ
ପତଞ୍ଜଳି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲା ଡାବର କମ୍ପାନି
କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି

ତାଲାବନ୍ଦ ପାଇଁ କମିଥିଲା, ଏବେ ପୁଣି ବଢିଲା

0

ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା, ୧୨ ଜିଲ୍ଲାରେ ଅଧିକ

ଭୁବନେଶ୍ବର: ରାଜ୍ୟରେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ। ଗତବର୍ଷ କରୋନା ଜନିତ ଲକଡାଉନ କାରଣରୁ ଦୁର୍ଘଟଣା ସାମାନ୍ୟ କମିଥିବା ଦେଖାଦେଇଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ଦୁର୍ଘଟଣା ବଢିଥିବା ଜଣାପଡ଼ିଛି। ଚଳିତବର୍ଷ ପ୍ରଥମ ୩ ମାସରେ ୮.୮୭% ଦୁର୍ଘଟଣା ଜନିତ ମୃତ୍ୟୁ ହାର ବଢିଥିବା ଓଡିଶା କ୍ରାଇମ ରେକର୍ଡରୁ ଜଣାପଡିଛି।

୨୦୨୦ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୩ ହଜାର ୨୨୫ଟି ସଡକ ଦୁର୍ଘଟଣା ହୋଇଥିବା ରେକର୍ଡ ହୋଇଛି। ଦୁର୍ଘଟଣାରେ ୧ ହଜାର ୩୫୩ ଜଣଙ୍କ ଜୀବନ ଯାଇଛି। ହେଲେ ଚଳିତବର୍ଷ ଆରମ୍ଭରୁ ପ୍ରଥମ ୩ ମାସରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧ ହଜାର ୪୭୩ ଜଣ। ତେବେ ଦୁଇବର୍ଷରେ ରାଜ୍ୟର ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗିର, ବୌଦ୍ଧ, କଟକ, ଜଗତସିଂହପୁର, କୋରାପୁଟ ଓ ନବରଙ୍ଗପୁରରେ ସର୍ବାଧିକ ଦୁର୍ଘଟଣା ମୃତ୍ୟୁ ରେକର୍ଡ କରାଯାଇଛି।

କରୋନା ପାଇଁ ତାଲାବନ୍ଦ ସମୟରେ ଲୋକେ ଘରୁ ବାହାରକୁ ବାହାରୁନଥିଲେ। ଗାଡି ମଟର ଚଳାଚଳ ବନ୍ଦ ରହିଥିଲା। ତେଣୁ ଦୁର୍ଘଟଣା ମଧ୍ୟ କମ ରହିଥିଲା।ଏଣୁ ୨୦୧୯ ତୁଳନାରେ ୨୦୨୦ରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଥିଲା। ୨୦୧୯ରେ ମୋଟ୍ ୫ ହଜାର ୩୩୩ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୨୦୨୦ରେ ଏହି ସଂଖ୍ୟା ଥିଲା ୪ ହଜାର ୭୩୮।

Leave A Reply

Your email address will not be published.