ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

କାରଣ ଖୋଜିବାକୁ ଆସି ପହଞ୍ଚିଲା କେନ୍ଦ୍ରୀୟ ଟିମ୍

0

ଅଗଷ୍ଟ-ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର

ଭୁବନେଶ୍ବର: ଓଡିଶାରେ କାହିଁକି କମୁନି କରୋନା ସଂକ୍ରମଣ ? ଏହାର ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରୀ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ତାଙ୍କ ସହ ଯୋଗଦେବେ ଭୁବନେଶ୍ୱର ଏମସର ଡାକ୍ତର ପ୍ରଶାନ୍ତ ମହାପାତ୍ର । ୨ ଜଣିଆ ଟିମ ଆସନ୍ତାକାଲି ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିବେ। କିଭଳି ମୁକାବିଲା କରାଯିବ, କେଉଁଠି ତ୍ରୁଟି ରହୁଛି, ତାଉପରେ ଦୃଷ୍ଟିଦେବ ଏହି ଟିମ ।

ପ୍ରଫେସର ଶିବାନୀ ଦତ୍ତ କହିଛନ୍ତି, ଆଜି ରାଜ୍ୟର ବିଭାଗୀୟ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ । କୋଭିଡ ପରିଚାଳନା, କଣ୍ଟେନ୍‌ମେଣ୍ଟ ଜୋନ ନେଇ ଆଲୋଚନା ହେବ। ଏହା ପରେ ଆସନ୍ତାକାଲି ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ପରିଦର୍ଶନ କରିବେ। କ୍ଷେତ୍ର ପରିଦର୍ଶନ ପରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବୁ। ଏବଂ ଶେଷରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବୁ ବୋଲି କହିଛନ୍ତି ଡାକ୍ତର ଶିବାନୀ। ସେହିପରି ଆସନ୍ତା ଅଗଷ୍ଟ-ସେପଟେମ୍ବରରେ ତୃତୀୟ ଲହର ଆସିପାରେ ବୋଲି କହିଛନ୍ତି ଶିବାନୀ ଦତ୍ତ।

ତାଲାବନ୍ଦ ପରେ ଏବେ ବି ରାଜ୍ୟରେ କରୋନା ସଂକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଇନି । ୧୦ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟରେ ୫୦ ଟପିଛି । ଗତ ୨୪ ଘଂଟାରେ ସର୍ବାଧିକ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ୬ ଟି ରାଜ୍ୟରେ କିନ୍ତୁ ସଂକ୍ରମଣ କମୁନି। ଓଡିଶା ସମେତ କେରଳ, ଅରୁଣାଚଳପ୍ରଦେଶ , ତ୍ରିପୁରା, ଛତିଶଗଡ,ଓ ମଣିପୁରରେ ଅଧିକ ସଂକ୍ରମିତ ଅଧିକ ଚିହ୍ନଟ ହେଉଥିବାରୁ ଏହି ସମସ୍ତ ରାଜ୍ୟକୁ କରୋନା ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟିମ ପଠାଯାଇଛି।

Leave A Reply

Your email address will not be published.