ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଗଂଜାମ ନେଲା ‘କୋଭାକ୍ସିନ୍‌’

0


ଭୁବନେଶ୍ୱର ପରେ ଗଂଜାମକୁ ଫୋକସ କଲେ ସରକାର

ଭୁବନେଶ୍ବର: ଭୁବନେଶ୍ୱରେ ପରେ ଏବେ ଗଂଜାମରେ କୋଭାକ୍ସିନ ଟିକା । ରାଜ୍ୟରେ କେବେଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ଅନ୍ୟ ସବୁ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଗଂଜାମରେ ମଧ୍ୟ ପୂର୍ବରୁ କୋଭିସିଲ୍ଡ ଦିଆଯାଉଥିଲା। ଆଜିଠୁ ଜିଲ୍ଲାରେ ଦିଆଯାଉଛି କୋଭିସିଲ୍‌ଡ ସହିତ କୋଭାକ୍ସିନ୍‌ ଟିକା ଦିଆଯିବ।

ଭୁବନେଶ୍ୱର ବ୍ୟାପକ ଟିକାକରଣ କିଛି ମାତ୍ରାରେ ଶେଷ ହୋଇଥିବା ବେଳେ କୋଭାକ୍ସିନ୍ରୁ‌ ପ୍ରଭାବକୁ ଗଂଜାମ ଜିଲ୍ଲାକୁ ଫୋକସ କରାଯାଇଛି । ପ୍ରଥମ ଡୋଜ ନେଇ ନଥିବା ବ୍ୟକ୍ତିଙ୍କୁ ଆଜିଠୁ ଗଂଜାମରେ କୋଭାକ୍ସିନ୍‌ ଦିଆଯାଉଛି। ଟିକାକରଣ ପାଇଁ ୧ ଲକ୍ଷ ୪୦ ହଜାର ଡୋଜ କୋଭାକ୍ସିନ୍‌ ଟିକା ଯାଇଛି ଗଂଜାମ।ତେବେ ଯେଉଁ ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେଇସାରିଛନ୍ତି , ସେମାନେ ତାଙ୍କର ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେଇପାରିବେ। ମାସକୁ କେତେଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯିବ।

ଗଂଜାମରେ ମୋଟ ୨୬ ଲକ୍ଷ ୨୯ ହଜାର ୧୩୫ ଜଣଙ୍କୁ ଟିକା ଦେବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ୧୦ ଲକ୍ଷ ୪୪ ହଜାର ୮୯୭ ଲୋକ ଏଯାଏ ଟିକା ନେଇ ସାରିଲେଣି । ବାକି ୧୬ ଲକ୍ଷଙ୍କୁ ଟିକା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣ ପ୍ରକ୍ରିୟା ଜୋରଦାର ଆରମ୍ ହୋଇଛି ।

Leave A Reply

Your email address will not be published.