ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଆଇସିୟୁରେ ହତ୍ୟାକାରୀ, ବାହାରେ କାରଣ ଖୋଜୁଛି ପୁଲିସ

0

ଭୁବନେଶ୍ବର: ରାଜଧାନୀରୁ ଯାଜପୁର । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ହତ୍ୟା ଖବର । ଶବ ବ୍ୟବଚ୍ଚେଦ ପରେ ପ୍ରିୟଙ୍କାଙ୍କ ମୃତଦେହ ଗାଁରେ ପହଚିଂବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଜୁଇରେ ଜଳିଯାଇଛି ଗୋଟେ ହସଖୁସିର ସଂସାର । ପ୍ରିୟଙ୍କା ମୃତ୍ୟୁ ପୂରା ଗାଁ ଓ ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଝିଅକୁ ହରାଇ ପୂରା ପରିବାରରେ ପଡଛି କାନ୍ଦ ବୋବାଳି । ସେପଟେ ଶବ ଗାଁରେ ପହଚିଂବା ପରେ ପରେ କମିସନରେଟ ପୁଲିସ ଯାଜପୁରରେ ପହଚିଂ ଛାନଭିନ ଆରମ୍ଭ କରିଛି । ପ୍ରିୟଙ୍କା ଓ ହତ୍ୟାକାରୀ ଜଗନ୍ନାଥଙ୍କ ମଧ୍ୟରେ କି ସଂପର୍କ ଥିଲା? ଉଭୟଙ୍କ ମଧ୍ୟରେ କି ତିକ୍ତତା ଥିଲା ଯାହା ପାଇଁ ଜଗନ୍ନାଥ ପ୍ରିୟଙ୍କାକୁ ମାରିବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିବାକୁ ମଧ୍ୟ ପଛାଇଲାନି । ସେ ନେଇ ଖୋଳତାଡ ଆରମ୍ଭ ହୋଇଥିବା ବେଳେ ସାମନାକୁ ଆସିଛି ଜଗନ୍ନାଥଙ୍କ ହତ୍ୟା ପୂର୍ବର ହ୍ୱାଟସ ଆପ ମେସେଜ ।

ମୋ ଝିଅକୁ ଯିଏ ମାରିଛି , ତାକୁ ଫାଶୀ ଦଣ୍ଡ ଦିଆଯାଉ । ପ୍ର୍ରିୟଙ୍କାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଅଭଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ। ପ୍ର୍ରିୟଙ୍କା ଓ ତାଙ୍କ ସ୍ୱାମୀ ପରସ୍ପରକୁ ବହୁତ ଭଲ ପାଉଥିଲେ । ହସ ଖୁସିରେ ସେମାନଙ୍କ ସଂସାର ଚାଲିଥିଲା । ତେଣୁ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବାକୁ ପ୍ରିୟଙ୍କା ପରିବାର କହୁଥିବା ବେଳେ ହତ୍ୟାକାରୀ ଜଗନ୍ନାଥର ମାଆ କିନ୍ତୁ ଭିନ୍ନ ମତ କରିଛନ୍ତି । କହିଛନ୍ତି ପ୍ରିୟଙ୍କାଙ୍କ ସହ ତାଙ୍କୁ ପୁଅର ପ୍ରେମ ସଂପର୍କ ଥିଲା । ବିବାହ ପୂର୍ବରୁ ଓ ପରେ ତାଙ୍କ ପୁଅ ପ୍ରିୟଙ୍କା ସହ ବନ୍ଧୁତା ରଖିଥିବା ସେ କହିଛନ୍ତି ।

ତେବେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତାକୁ ପଚରାଉଚରା କରିବା ସମ୍ଭବପର ହେଉନାହିଁ । ସେପଟେ ହତ୍ୟା ପୂର୍ବରୁ ଜଗନ୍ନାଥ ପ୍ରଧାନ ତାଙ୍କ ପରିବାର ଲୋକଙ୍କୁ ଏକ ହ୍ୱାଟସଆପ ମେସେଜ ଲେଖିଥିଲା । ଯାହା ଏବେ ସାମନାକୁ ଆସିଛି । ଜଗନ୍ନାଥ ଲେଖିଥିଲା , ଯାହାକୁ ଭଲ ପାଉଥିଲି ସେ ମୋତେ ବର୍ବାଦ କରିଦେଲା । ଆଉ ମୋର ବଂଚିବାକୁ ଇଚ୍ଚା ନାହଁ । ଭାଇ ଓ ଭାଉଜଙ୍କୁ ବି ଲେଖିଥିଲା ମେସେଜ । ଏମିତି ଭାଉଜ ଭାଗ୍ୟରେ ଥିଲେ ମିଳନ୍ତି, କିନ୍ତୁ ମୁଁ ହତଭାଗା । ସମସ୍ତଙ୍କ କ୍ଷମା ମାଗିବା ସହ ମୋ ପାଖରେ କିଛି ରାସ୍ତା ନାହିଁ, ମନ ଦୁଃଖ କରିବନି ବୋଲି ସେ ତାର ଅନ୍ତିମ ମେସେଜ ଲେଖିଥିଲା । ବାପା, ବୋଉ ତୁମକୁ ଲାଗିଲେ । ତାଙ୍କ ବୁଝାଇଦେବ । ମୋ ବାଇକ କିଛି କିସ୍ତି ବାକି ଅଛି ସବୁ ଭାଇ ମିଶି ମୁକାଳାଇଦେବ । ସମସ୍ତଙ୍କ ଠାରୁ ମୁଁ ବିଦାୟ ନେଉଛ, ଗୁଡ ବାୟ । ଏହା ଥିଲା ଜଗନ୍ନାଥର ଶେଷ ହ୍ୱାଟସ ଆପ ଚାଟିଂ ।

ହତ୍ୟା ଘଟଣା ଉପରୁ ପରଦା ଉଠାଇବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା ବେଳେ ଯାଜପୁର ଯାଇ କମିସନରେଟ ପୁଲିସ ଉଭୟଙ୍କ ପରିବାରଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି । । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଜଗନ୍ନାଥ ସୁସ୍ଥ ହେବା ପରେ ହିଁ ତାକୁ ହେପାଜତକୁ ନେଇ ପ୍ରିୟଙ୍କା ଓ ତା ମଧ୍ୟର ଥିବା ସଂପର୍କକୁ ନେଇ ପଚରାଉଚରା କରାଯିବ । ଏବଂ କାହିଁକି ସେ ପ୍ରିୟଙ୍କାକୁ ହତ୍ୟା କଲା ତାର ଗୁମର ଫିଟିବ ।

Leave A Reply

Your email address will not be published.