ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି

0

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ଦିନ ଛେରା ପହଁରା କରିବେ। ଆଜି ନିଜେ ଗଜପତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମହାରାଜା କହିଛନ୍ତି ଯେ ସ୍ନାନ ଯାତ୍ରାକୁ ନ ଯାଇ ଆମେ ରଥଯାତ୍ରାକୁ ଯିବାକୁ ନିଷ୍ପତ୍ତି ନେଇଛୁ। ଆମ ଦୃଷ୍ଟିରୁ ରଥଯାତ୍ରା ହେଉଛି ମହାପ୍ରଭୁଙ୍କର ମୁଖ୍ୟ ପର୍ବ। ତାହାକୁ ଆମେ ମୁଖ୍ୟସ୍ଥାନରେ ରଖିଛୁ। ସେହିଭଳି ମହାପ୍ରଭୁ ଚାହିଁଲେ ବାହୁଡା ଯାତ୍ରାକୁ ମଧ୍ୟ ଯିବୁ ବୋଲି ମଧ୍ୟ ଗଜପତି କହିଛନ୍ତି। ଏଥିସହିତ ରଥଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ମଧ୍ୟ ଗଜପତି ସ୍ବାଗତ କରିଛନ୍ତି।

କୋଭିଡ୍ କଟକଣା କାରଣରୁ ଏଥର ବି ବିନା ଭକ୍ତରେ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହେଉଛି। ସ୍ନାନ ଯାତ୍ରାରେ ଗଜପତି ମହାରାଜାଙ୍କ ପରିବର୍ତ୍ତେ ମୁଦିରସ୍ତ ଛେରା ପହଁରା କରିଥିଲେ।

ଉଲ୍ଲେଖଯୋଗ୍ୟ, ମହାପ୍ରଭୁ ଆରୋଗ୍ୟ ଲାଭ କରିବା ସହିତ ଚକା ବିଜେ କରିଛନ୍ତି।। ଏହି ଶୁଭ ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଆଜି ଦଇତାପତି ଓ ବିଦ୍ୟାପତି ମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ର କୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିଥିଲେ। ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ‘ରାଜପ୍ରସାଦ’କୁ ଶ୍ରୀନଅରକୁ ନେଇ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଅବଗତ କରାଇଥିଲେ। ପରେ ଗଣମାଧ୍ୟମକୁ ଗଜପତି ଛେରାପହଁରା ସଂପର୍କରେ ଅବଗତ କରାଇଥିଲେ।

Leave A Reply

Your email address will not be published.