ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ତୃତୀୟ ଲହର ପାଇଁ ତିନି ସୂତ୍ର

0

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏବେ ସଂପୂର୍ଣ୍ଣ କମିନଥିବା ବେଳେ ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି । ଦ୍ୱିତୀୟ ଲହର ପରି ତୃତୀୟ ଲହରରେ ଯେମତି ବେଶି ଲୋକ ସଂକ୍ରମିତ ହେବେନି ଏବଂ ଅଧିକ ମୃତ୍ୟୁ ହେବନି ସେ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତୃତୀୟ ଲହର ପାଇଁ ସାଧାରଣତଃ ୩ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

  • ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ
  • ତୃତୀୟ ଲହର ପାଇଁ ୩ ମାସିଆ ସର୍ଭିଲାନ୍ସ ଜାରି ରହିବ
  • ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସ୍ୱତନ୍ତ୍ର ଗ୍ରୁଫ ର ଚିକିତ୍ସା କରାଯିବ।

ସେହିପରି ତୃତୀୟ ଲହରରେ ଅଧିକାଂଶ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଛି। କେନ୍ଦ୍ରୀୟ ଟିମ ନିଜେ ଜିଲ୍ଲା ବୁଲିକି କରୋନା ପରିସ୍ଥିତି ଯାଞ୍ଚ କରୁଛନ୍ତି। କରୋନାର ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିସାରିଲେଣି । ଦୁଇ ଦିନ ତଳେ ଏସବିଆଇ ମଧ୍ୟ ତାର ରିପୋର୍ଟ ପ୍ରକାଶ କରିଛି । ଅଗଷ୍ଟ ମାସରେ ତୃତୀୟ ଲହର ଆସିବ ଏବଂ ସେପ୍ଟମ୍ବର ମାସରେ ଏହା ତୀବ୍ର ହେବ ବୋଲି ଏସବିଆଇ ମଧ୍ୟ କହିଛି ।

Leave A Reply

Your email address will not be published.