ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ତୃତୀୟ ଲହର ପାଇଁ ତିନି ସୂତ୍ର

0

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏବେ ସଂପୂର୍ଣ୍ଣ କମିନଥିବା ବେଳେ ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି । ଦ୍ୱିତୀୟ ଲହର ପରି ତୃତୀୟ ଲହରରେ ଯେମତି ବେଶି ଲୋକ ସଂକ୍ରମିତ ହେବେନି ଏବଂ ଅଧିକ ମୃତ୍ୟୁ ହେବନି ସେ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତୃତୀୟ ଲହର ପାଇଁ ସାଧାରଣତଃ ୩ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

  • ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ
  • ତୃତୀୟ ଲହର ପାଇଁ ୩ ମାସିଆ ସର୍ଭିଲାନ୍ସ ଜାରି ରହିବ
  • ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସ୍ୱତନ୍ତ୍ର ଗ୍ରୁଫ ର ଚିକିତ୍ସା କରାଯିବ।

ସେହିପରି ତୃତୀୟ ଲହରରେ ଅଧିକାଂଶ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଛି। କେନ୍ଦ୍ରୀୟ ଟିମ ନିଜେ ଜିଲ୍ଲା ବୁଲିକି କରୋନା ପରିସ୍ଥିତି ଯାଞ୍ଚ କରୁଛନ୍ତି। କରୋନାର ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିସାରିଲେଣି । ଦୁଇ ଦିନ ତଳେ ଏସବିଆଇ ମଧ୍ୟ ତାର ରିପୋର୍ଟ ପ୍ରକାଶ କରିଛି । ଅଗଷ୍ଟ ମାସରେ ତୃତୀୟ ଲହର ଆସିବ ଏବଂ ସେପ୍ଟମ୍ବର ମାସରେ ଏହା ତୀବ୍ର ହେବ ବୋଲି ଏସବିଆଇ ମଧ୍ୟ କହିଛି ।

Leave A Reply

Your email address will not be published.