ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

0

ଭୁବନେଶ୍ବର: ମହାମାରୀ ସମୟରେ କେହି ରହିବେନି ଭୋକିଲା । ଦୂର ହେବ ପେଟ ଚିନ୍ତା । କରୋନା କାଳରେ ଆର୍ଥିକ ସ୍ଥିତି ସୁଦୃଢ କରିବେ ସରକାର । ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ୩୫୨ କୋଟିର ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ ହୋଇଛି।\

ମନରେଗାରେ ଶ୍ରମିକଙ୍କ ପାଇଁ ଏପ୍ରିଲ, ମେ ଓ ଜୁନ ମାସ ପାଇଁ ସହାୟତା ଘୋଷଣା କରାଯାଇଛି । ପ୍ରତି ଶ୍ରମ ଦିବସ ପାଇଁ ପ୍ରତି ହିତାଧିକାରୀଙ୍କୁ ଅତିରିକ୍ତ ୫୦ ଟଙ୍କା ସହାୟତା ମିଳିବ । ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ୭ ଦିନ ମଧ୍ୟରେ ସମସ୍ତେ ଅର୍ଥ ପାଇବେ। ଏଥିରେ ୩୨ ଲକ୍ଷ ଅଧିକ ଶ୍ରମିକ ଉପକୃତ ହେବେ । କରୋନା ବେଳେ ମନରେଗା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ରାଜ୍ୟରେ ମନରେଗା ଯୋଜନାର ଅଗ୍ରଗତିରେ ଉଲ୍ଲେ୍ଖନୀୟ ବୃଦ୍ଧି ହୋଇଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.