ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ମୋତେ ସାର୍ ନୁହେଁ, ବସ୍ ଡାକ…!

0
  • କାହିଁକି ଏମିତି କଥା କହିଲେ ଅଶ୍ୱିନୀ ?
  • ସରକାରରେ ନୂଆ ପରମ୍ପରା ଆରମ୍ଭ କଲେ
  • ଗଣତନ୍ତ୍ରରେ ପଶିଗଲା କି କର୍ପୋରେଟ୍ ଢାଞ୍ଚା

ନୂଆଦିଲ୍ଲୀ: ଏଣିକି ମୋତେ ସାର୍ ନୁହେଁ, ବସ୍ ଡାକ। ନୂଆ ନୂଆ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଏଭଳି ବୟାନକୁ ନେଇ ଏବେ ବେଶ ଚର୍ଚ୍ଚା । ଏହି କଥା ଯିଏ ବି ଶୁଣିବ ସେ ବି ଭାବିବ, ରେଳ ମନ୍ତ୍ରୀ ହେଉ ହେଉ ଅଶ୍ୱିନୀ ବୈଷ୍ଣବଙ୍କ ଇଏ କେମିତିକା ବ୍ୟବହାର? କିନ୍ତୁ ବାସ୍ତବରେ ଏହା ପଛର କାରଣ ପୂରା ଅଲଗା । ବିଭାଗରେ ପହଞ୍ଚି ଆଲାଚନା ଚାଲିଥିବା ବେଳେ ଜଣେ ସିଗନାଲ ଇଞ୍ଜିନିୟରଙ୍କୁ ମଜାଳିଆ କରି ଏମିତି କହିଛନ୍ତି ଅଶ୍ୱିନୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଅଶ୍ୱିନୀ ବୈଷ୍ଣବଙ୍କ ଏକ ଭିଡ଼ିଓକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଗତକାଲି ଅଶ୍ୱିନୀ ନିଜ ବିଭାଗର ସିଗନାଲ ଇଞ୍ଜିନିୟରଙ୍କ ସହ ବୈଠକ କରିଥିଲେ । ଆଉ ଏହି ବୈଠକରେ ଜଣେ ସିଗନାଲ ଇଞ୍ଜିନିୟର କହିଥିଲେ ଯେ, ଯେଉଁ କଲେଜରେ ଅଶ୍ୱିନୀ ବୈଷ୍ଣବ ସାର୍ ପାଠ ପଢିଥିଲେ ସେ ମଧ୍ୟ ସେହି କଲେଜରୁ ପଢିଛନ୍ତି। ଆଉ ଏହାଶୁଣି ଅଶ୍ୱିନୀ ତାଙ୍କୁ ପାଖକୁ କୁଣ୍ଢେଇ ପକାଇଥିଲେ। ଆଉ ମଜାଳିଆ ଢଙ୍ଗରେ କହିଥିଲେ ଆମ କଲେଜରେ ଜୁନିୟର ଛାତ୍ର ସିନିୟରଙ୍କୁ ସାର୍ ନୁହେଁ ବସ୍ କହିଥାନ୍ତି। ତେଣୁ ଆପଣ ମଧ୍ୟ ମୋତେ ବସ୍ ଡାକିବେ।

ମନ୍ତ୍ରୀଙ୍କର ଏଭଳି କୁଲ ଅନ୍ଦାଜ କର୍ମଚାରୀଙ୍କୁ ବେଶ ପସନ୍ଦ ଆସିଛି। ଆଉ ଏହାସହ ଅଶ୍ୱିନୀ ବିଭାଗର କର୍ମଚାରୀଙ୍କୁ କହିଥିଲେ, ଏଠାରେ ଘର ଭଳି ଆମେ କାମ କରିବା, ଏମିତି କାମ କରିବା ଯେମିତି ମଜା ଆସୁଥିବ।

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ରେଳ ବିଭାଗର ଦାୟିତ୍ୱ ନେଉ ନେଉ ଆକ୍ଟିଭ ମୋଡକୁ ଆସିଛନ୍ତି ଅଶ୍ୱିନୀ। ରେଳ ବିଭାଗ କର୍ମଚାରୀଙ୍କ କାର୍ଯ୍ୟ ସମୟ ବା ସିଫ୍ଟରେ ପରିବର୍ତ୍ତନ ଆଣିଛନ୍ତି ମନ୍ତ୍ରୀ। ରେଳ ମନ୍ତ୍ରାଳୟରେ ଦୁଇଟି ସିଫ୍ଟରେ କାମ ହେବ । ସକାଳ ୭ଟାରୁ ଅଫିସ ଖୋଲିବ ଏବଂ ରାତି ୧୨ଟା ପର୍ଯ୍ୟନ୍ତ କାମ ଜାରି ରହିବ । ପ୍ରଥମ ସିଫ୍ଟରେ ମନ୍ତ୍ରାଳୟର ଅଧିକାରୀ ସକାଳ ୭ରୁ ଦିନ ୪ ଓ ଦ୍ୱିତୀୟ ସିଫ୍ଟର ଲୋକ ଦିନ ୩ଟାରୁ ରାତି ୧୨ ଯାଏ କାମ କରିବେ । ରେଳ ବିଭାଗ କର୍ମଚାରୀଙ୍କ କାର୍ୟ୍ୟ ସମୟ ବା ସିଫ୍ଟରେ ପରିବର୍ତ୍ତନ ଆଣି ପ୍ରଥମ ଦିନରୁ ହିଁ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ମହୋଦୟ । ଆଉ ଏବେ ମନ୍ତ୍ରୀଙ୍କ ଏହି କୁଲ ଅନ୍ଦାଜର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ବେଶ ପ୍ରଶଂସା କରୁଛନ୍ତି ଅନେକ ଲୋକ ।

Leave A Reply

Your email address will not be published.