ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଜଙ୍ଗଲରେ ସକ୍ରିୟ ହେଲେଣି ଶିକାରୀ

0

କଳାହାଣ୍ଡିରୁ ୩ ବାଘ ଛାଲ ଓ ଦାନ୍ତ ଜବତ, ଅନ୍ତଃରାଜ୍ୟ ରାକେଟ୍‌ର ୪ ଗିରଫ

କଳାହାଣ୍ଡି: ବନ ବିଭାଗ ଅଧିକାରୀ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଶିକାରୀ। ବନ ବିଭାଗକୁ ସଫଳତା ମିଳୁଛି, କିନ୍ତୁ ଶିକାରୀ ଶିକାର କରିସାରିବା ପରେ। ଏବେ ସେମିତି ଏକ ଖବର କଳାହାଣ୍ଡି ଜିଲ୍ଲାରୁ ଆସିଛି।

କଳାହାଣ୍ଡି ଜିଲ୍ଲାରେ ବାଘଛାଲ ଓ ଦାନ୍ତ ବିକ୍ରି କରୁଥିବା ଏକ ରାକେଟ୍‌କୁ ଧରିଛି ବନ ବିଭାଗର କେନ୍ଦ୍ରୀୟ ଦଳ। କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରୀୟ ଦଳ, ମ.ରାମପୁର ରେଞ୍ଜ୍‌ ଅଧିକାରୀ ଅସିତ ଦାସ, ଛତିଶଗଡ଼ ବନବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ। ପଲମ ପାଖରେ ଯାଉଥିବା ଏକ ବାଇକ୍‌କୁ ଅଟକ ରଖି ଯାଞ୍ଚ କରିବାରେ ଜଣାପଡ଼ିଥିଲା ଯେ ସେମାନେ ଶିକାରୀ। ତାଙ୍କ ଠାରୁ ୩ଟି ବାଘଛାଲ ଓ ଏକ ବାଘଦାନ୍ତ ଜବତ କରାଯାଇଥିଲା। ଏହି ଘଟଣାରେ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲାର ରଙ୍ଗାଚରଣ ଭୋଇ ଓ ଅମାଠର କାର୍ତ୍ତିକ ରଣାଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.