ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରାମାୟଣ ସଂପର୍କରେ କିଛି ଅନାଲୋଚିତ ତଥ୍ୟ

0

ରାମାୟଣର ପ୍ରତି ୧୦୦୦ ପଦ ପରେ ଆସୁଥିବା ପ୍ରଥମ ଅକ୍ଷରରୁ ଗାୟତ୍ରୀ ମନ୍ତ୍ର ଗଠିତ। ଏହି ମନ୍ତ୍ର ହେଉଛି ରାମାୟଣ ଭଳି ପବିତ୍ର ମହାକାବ୍ୟର ମୂଳ ବିଷୟ। ଗାୟତ୍ରୀ ମନ୍ତ୍ର ବିଷୟରେ ପ୍ରଥମେ ଋକ୍ ବେଦରେ ଉଲ୍ଲେଖ କରାଯାଇଥିଲା।

ରାମ ଏବଂ ତାଙ୍କ ଭାଇମାନଙ୍କ ସଂପର୍କରେ ସମସ୍ତେ ଜାଣନ୍ତି। ହେଲେ ଏକଥା ଆପଣମାନେ ଜାଣନ୍ତି କି, ରାଜା ଦଶରଥ ମଧ୍ୟ ଏକ ଝିଅର ପିତା ଥିଲେ। ହଁ, ରାମଚନ୍ଦ୍ରଙ୍କର ଭଉଣୀର ନାମ ଥିଲା “ଶାନ୍ତା”। ସେ ଚାରି ଭାଇଙ୍କଠାରୁ ବହୁତ ବଡ ଥିଲେ। କୌଶଲ୍ୟା ତାଙ୍କ ମାଆ ଥିଲେ। ବିଶ୍ୱାସ କରାଯାଏ ଯେ ଥରେ ରୋମପଦର ରାଜା ଅଙ୍ଗଦେଶ ଏବଂ ତାଙ୍କ ରାଣୀ ଭର୍ଷିନୀ ଅଯୋଧ୍ୟାକୁ ଆସିଥିଲେ। ରାଜା ଦଶରଥ ଜାଣିଲେ ଯେ ସେମାନଙ୍କର ସନ୍ତାନ ନଥିବା କାରଣରୁ ସେମାନେ ବହୁତ ଦୁଃଖୀ ଅଛନ୍ତି। ରାଜା ତୁରନ୍ତ ତାଙ୍କ କନ୍ୟାକୁ ଅଙ୍ଗଦେଶଙ୍କୁ ଦେଇ ଦେଇଥିଲେ। ଏଥିରେ ସେମାନେ ବହୁତ ଖୁସି ହୋଇଥିଲେ ଓ ଅତ୍ୟନ୍ତ ସ୍ନେହରେ ସେମାନେ ଶାନ୍ତାଙ୍କୁ ପାଳିଥିଲେ।

ପ୍ରଭୁ ରାମଚନ୍ଦ୍ର ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଏ। ଠିକ୍ ସେହିପରି ଲକ୍ଷ୍ମଣ ହେଉଛନ୍ତି ଶେଷନାଗଙ୍କ ଅବତାର। ଅନ୍ୟପକ୍ଷରେ ଭରତ ସୁଦର୍ଶନ ଚକ୍ର ଏବଂ ଶତ୍ରୁଘ୍ନ ଶଙ୍ଖଙ୍କ ଅବତାର ବୋଲି କୁହାଯାଏ। ଭଗବାନଙ୍କ ହାତରେ ସବୁବେଳେ ଶଙ୍ଖ ଓ ଚକ୍ର ଶୋଭା ପାଇଥାନ୍ତି।

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରାମ ଏକ ସ୍ବୟଂମ୍ବର ସଭା ମାଧ୍ୟମରେ ସୀତାଙ୍କୁ ବିବାହ କରିଥିଲେ। ଏହି ସ୍ବୟଂମ୍ବର ସଭାରେ ଧନୁ ଭଗ୍ନର ସର୍ତ୍ତ ରଖାଯାଇଥିଲା। କିନ୍ତୁ ଏହି ଧନୁର ନାମ କଣ ଥିଲା? ଭଗବାନ ଶିବଙ୍କ ପ୍ରଦତ୍ତ ଏହି ଧନୁର ନାମ ଥିଲା ”ପିନାକ” |

ରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସରେ ଯାଇଥିଲେ। ସେବେ ଲକ୍ଷ୍ମଣ କିନ୍ତୁ ନିଜ ଭାଇ ଓ ଭାଉଜଙ୍କ ସୁରକ୍ଷା ପାଇଁ ଆଦୌ ନିଦ୍ରା ଯାଇନଥିଲେ। ବରଂ ସେମାନଙ୍କ ସୁରକ୍ଷା ପାଇଁ ସବୁଦିନ ଅନିଦ୍ରା ରହୁଥିଲେ। ହେଲେ ଆପଣ ଜାଣନ୍ତି, ଲକ୍ଷ୍ମଣଙ୍କୁ ଏଥିପାଇଁ କଣ କରିବାକୁ ପଡ଼ିଥିଲା।

ପ୍ରଥମ ଦିନ ରାତିରେ ଯେବେ ରାମ ଓ ସୀତା ଶୋଇଯାଇଥିଲେ, ସେବେ ଲକ୍ଷ୍ମଣ ନିଦ୍ରା ଦେବୀଙ୍କୁ ସ୍ମରଣ କଲେ। ତାଙ୍କୁ ଆଶୀର୍ବାଦ ମାଗିଲେ ଯେ ଏମିତି ଆଶୀର୍ବାଦ ମୋତେ ଦିଅନ୍ତୁ, ଯେମିତି ମୁଁ କେବେ ବି ରାତିରେ ଶୋଇପାରିବି ନାହିଁ। ନିଦ୍ରା ଦେବୀ ପଚାରିଲେ, ତେବେ ତୁମ ବଦଳରେ ଆଉଜଣଙ୍କୁ କାହାକୁ ଶୋଇବାକୁ ହେବ, ଅନ୍ୟଥା ସୃଷ୍ଟିର ବ୍ୟତିକ୍ରମ ହେବ। ତୁରନ୍ତ ଲକ୍ଷ୍ମଣ ନିଜ ପତ୍ନୀ ଉର୍ମିଳାଙ୍କ କଥା କହିଲେ। ନିଦ୍ରା ଦେବୀ ଉର୍ମିଳାଙ୍କୁ ପଚାରନ୍ତେ, ସେ ଅତ୍ୟନ୍ତ ଖୁସିହେଲେ। ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏବଂ ସୀତାଙ୍କ ପାଇଁ ସେ ସବୁ କରିବାକୁ ପ୍ରସ୍ତୁତ ବୋଲି ଜଣାଇଲେ। ଏବଂ ନିଦ୍ରା ଦେବୀ ଆଶୀର୍ବାଦ ଦେଇଥିଲେ ଓ ୧୪ବର୍ଷ ବନବାସ ସମୟରେ ଲକ୍ଷ୍ମଣ ସବୁଦିନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଜଗି ରହୁଥିଲେ।

Leave A Reply

Your email address will not be published.