ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଗୃହବନ୍ଦୀ ସାପ, ମେଡିକାଲରେ ଝିଅ

0

ଭୁବନେଶ୍ବର: ଘରେ ବନ୍ଦୀ ଅଛି ସାପ । ଆଉ ଚିକିତ୍ସା ପାଇ ହସ୍ପିଟାଲକୁ ଅଣାଗଲା କୁନି ଝିଅ। ସାପ କାମୁଡାରେ ମାସେ କାଳ ଯନ୍ତ୍ରଣାରେ କୁନି ଝିଅଟି ଛଟପଟ ହେବା ପରେ ଜିଲ୍ଲା ପ୍ରଶାସନର ହସ୍ପକ୍ଷେପ ଯୋଗୁଁ ଚିକିତ୍ସା ପାଇଁ କଟକ ଏସସିବିକୁ ଝିଅଟିକୁ ଅଣାଯାଇଛି । ବିଷଧର ସାପ କାମୁଡିବା ପରେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଥିବା ବେଳେ ଝିଅଟି ଖୁବ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଆଶ।। ରହିଛି । ସେପଟେ ଆଶ୍ଚର୍ଯ୍ୟକର କଥା ହେଉଛି ଝିଅଟିକୁ କାମୁଡିଥିବା ସାପଟି ମାସେ ହେବ ଘର ଭିତରେ ବନ୍ଦୀ ରହିଲା।

ଅନ୍ଧ ବିଶ୍ୱାସ କୁହନ୍ତୁ ବା ଅର୍ଥାଭାବ। ନବରଙ୍ଗପୁର ରାଇଘର ବ୍ଲକ ବାଲିଝର ଗାଁର କୁନି ଝିଅ ମଂଜୁଳା । ମାସେ ତଳେ ବାପା କାମକୁ ଯାଇଥିଲେ, ମାଆ ଘର କାମ କରୁଥିଲେ, ଭାଇ ସହ ଘର ବାହାରେ ଖେଳୁଥିଲା ୯ ବର୍ଷୀୟ ଝିଅ ମଞ୍ଜୁଳା । ଖେଳି ଖେଳି ପକ୍ଷୀ ଧରିବାକୁ ଏକ ଗଛରେ ଚଢି ଯାଇଥିଲା, ସେଠାରେ ତାକୁ ଏକ ନାଗ ସାପ କାମୁଡି ଦେଇଥିଲା ।। ନାଗ ସାପ କାମୁଡିବା ସତ୍ୱେ ସୌଭାଗ୍ୟରୁ ଝିଅଟି ବଂଚି ଯାଇଛି । ହେଲେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଲାଣି । ଅର୍ଥ ଅଭାବରରୁ ମଂଜୁଳାର ଚିକିତ୍ସା ପାଇଁ ନେଇପାରୁନଥିଲେ ପରିବାର ଲୋକ।

କୁନି ଝିଅଟି ମାସେ ହେଲା ଯନ୍ତ୍ରଣାରେ ଛଟପଟ ହେବା ପରେ ଜିଲ୍ଲା ପ୍ରଶାସନ ନଜରକୁ ଖବର ଆସିଥିଲା । ଛୋଟ ଝିଅଟିକୁ ରାଇଘର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ଅଣାଯାଇଛି । ଏବଂ ହସ୍ପିଟାଲରେ ସମସ୍ତ ଡାକ୍ତରୀ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

Leave A Reply

Your email address will not be published.