ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ଲକଡାଉନ ହଟିବ ନା ରହିବ?

0

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି

ଭୁବନେଶ୍ବର: ଆଉ ଦିନକରେ ପରେ ସରିବ ଆଶିଂକ ଲକଡାଉନ> ପୂର୍ବଅପେକ୍ଷା ସଂକ୍ରମଣ କମୁଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ କିନ୍ତୁ ସଂକ୍ରମଣ ଏଯାଏ କମିନି । ତେଣୁ ସରକାର ଲକଡାଉନ ହଟାଇବେ ନା କଟକଣା ବଳବତର ରଖିବେ ତା ଉପରେ ଏବେ ନଜର । ସେହିପରି ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଲେ ମୃତ୍ୟୁହାର ଭୟଙ୍କର ହେବାରେ ଲାଗିଛି । ଦୈନିକ ୬୦ ମୃତ୍ୟୁ ସଂଖ୍ୟାର ହିସାବ ଦେଉଛନ୍ତି ସରକାର>

ଗତ ୨୪ ଘଣ୍ଟାରେ ୬୯ ହଜାର ୨୮୭ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୨.୯୯% । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୮୩,ବାଲେଶ୍ୱରରୁ ୧୧୫, ଭଦ୍ରକରୁ ୧୧୦, ଜଗତସିଂହପୁରରୁ ୯୯, ଯାଜପୁରରୁ ୧୨୦, ମୟୂରଭଂଜରୁ ୧୧୫, ପୁରୀରୁ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧି ପାଇଛି।

ସେହିପରି ଆଉ ୬୫ ମୃତ୍ୟର ହିସାବ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ଜଣ ରହିଥିବା ବେଳେ ବରଗଡ଼ ୧୦ଜଣ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ ରହିଥିବା ବେଳେ ପୁରୀରୁ ୬ଜଣ ରହିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଗଜପତି ଜିଲ୍ଲାରୁ ୩ଜଣ ରହିଛନ୍ତି । ବାଲେଶ୍ୱର , ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଜୁଲାଇ ମାସର ୧୪ ଦିନରେ ୩୫,୯୪୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୭୭ ମୁଣ୍ଡ ନେଲା ମହାମାରୀ।

ଏପ୍ରିଲ ମାସରେ ରାଜ୍ୟରେ ୧,୧୩,୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ମେ ମାସରେ ୩,୨୦,୮୦୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୧ ମୁଣ୍ଡ ନେଇଛି ମହାମାରୀ । ଜୁନ ମାସର ୩୦ ଦିନରେ ୧,୪୪,୭୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୬୪ ଜଣ ଆଖି ବୁଜିଛନ୍ତି ।

Leave A Reply

Your email address will not be published.