ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସୋମବାରରୁ ଗଡିବ ଘରୋଇ ବସ

0

ଭୁବନେଶ୍ବର: ସୋମବାରରୁ ରାଜ୍ୟରେ ଚାଲିବ ସମସ୍ତ ଘରୋଇ ବସ। ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଥିଲା। ପରେ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ତେଣୁ ସୋମବାରରୁ ସ୍ୱାଭାବିକ ଭାବେ ବସ ଚଳାଚଳ କରିବ।

ଦାବି ଅନୁଯାୟୀ, ବସ ମାଲିକଙ୍କୁ ଏକ ଲକ୍ଷ ଋଣ ପାଇଁ ବ୍ୟାଙ୍କକୁ ସୁପାରିସ କରିପାରନ୍ତି ସରକାର। ସରକାର ଆଉ ୨ ମାସ ରୋଡ ଟ୍ୟାକ୍ସ ଛାଡିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଲୋନ ଡିଫଲ୍ଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ପଦକ୍ଷେପ ନେବେ । ବସ କର୍ମଚାରୀ କଲ୍ୟାଣ ପାଇଁ ପାଣ୍ଠି ଗଠନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ଘରୋଇ ବସ ମାଲିକ ସଂଘର ସାଧାରଣ ସଂପାଦକ କହିଛନ୍ତି ।
ରାଜ୍ୟ ସରକାର କୋଭିଡ ଦ୍ଵିତୀୟ ଲହରରେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୪ ମାସ ବସ ପାଇଁ ରୋଡ଼ ଟ୍ୟାକ୍ସ ଛାଡିଥିଲେ । ଏହାକୁ ଆଉ ୨ ମାସ ବଢାଇବା ପାଇଁ ଦାବି କରିଥିଲେ ବସ ମାଲିକ ସଂଘ ।

Leave A Reply

Your email address will not be published.