ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

କାଲିଠୁ ପୁରୀରେ ୪୮ ଘଣ୍ଟିଆ କର୍ଫ୍ୟୁ

0

ଅମାନିଆଙ୍କ ଉପରେ ଡ୍ରୋନ୍ ରଖିବ ନଜର

ଭୁବନେଶ୍ବର: ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତାକାଲିଠୁ ପୁରୀରେ ଲାଗିବ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ। ରଥଯାତ୍ରା ଠାରୁ ବାହୁଡା ଯାତ୍ରା ଅଧିକ କଟକଣା କଡାକଡି କରାଯିବ । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା ଜାରି ରହିବ ।
ତେବେ କଟକଣା ସତ୍ୱେ ରଥଯାତ୍ରାରେ ଯେପରି ବିଶୃଙ୍ଖଳା ହୋଇଥିଲା, କିଛି ଲୋକ ଯେପରି ନିୟମ ଭାଙ୍ଗିଥିଲେ, ତାର ପୁନରାବୃତ୍ତି ଯେପରି ବାହୁଡାଯାତ୍ରାରେ ନହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିଷ୍ପତି ନିଆଯାଇଛି।

ବଡ଼ଦାଣ୍ଡରେ ଥିବା ଘର, ହୋଟେଲ, ଉପରେ ନଜର ରଖିବା ପାଇଁ ଡ୍ରୋନ ଉଡାଇବାକୁ ନିଷ୍ପତି ହୋଇଛି। ଘରୁ ବାହାରି ରଥଯାତ୍ରା ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ବଡ଼ଦାଣ୍ଡରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ବଡଦାଣ୍ଡରେ ଥିବା ଘରଗୁଡିକରେ କେତେଜଣ ରହୁଛନ୍ତି,ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି କମାଣ୍ଡୋ ବଡ଼ ଦାଣ୍ଡରେ ଫ୍ଲାଗ୍ ମାର୍ଚ୍ଚ କରିବେ।

ପୁରୀର ତିନି ମୁଖ୍ୟ ପ୍ରବେଶ ପଥ ବାଟଗାଁ ଛକ,ମଙ୍ଗଳାଘାଟ ଛକ ଓ ଗ୍ରୀଡ ଷ୍ଟେସନ ଛକକୁ ସିଲ କରାଯିବ। ସହରର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯିବ । ବାହର ଜିଲ୍ଲା ଲୋକଙ୍କୁ ସହର ଭିତରକୁ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ଦାୟିତ୍ବରେ ରହିବେ। ଭୁବନେଶ୍ବରର ଏକ ସ୍ବତନ୍ତ୍ର ପୁଲିସ ଟିମ୍ ବଛା ବଛା ଅଧିକାରୀଙ୍କୁ ନେଇ ପୁରୀ ଯାଇ ଗୋପନରେ ପରିସ୍ଥିତି ଉପରେ ନଜର ରଖିବେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ-ଜିଲ୍ଲାପାଳ-ଏସପିମାନଙ୍କ ମଧ୍ୟରେ ବୈଠକ ସରିଛି। ସହରର ଉଭୟ ପାର୍ଶ୍ବର ଲଜ୍, ହୋଟେଲ୍ ସିଲ୍ ହେବ। ସୁପ୍ରିମକୋର୍ଟ ନିର୍ଦେଶନାମା ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.