ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କାହା ପାଖକୁ ଆସୁଥିଲା ବନ୍ଧୁକ?

0

ବନ୍ଧୁକ ରାକେଟର ପର୍ଦ୍ଦାଫାଶ, ଏସଟିଏଫ କବ୍‌ଜାରେ ବେପାରୀ

ଭୁବନେଶ୍ବର: ଏସଟିଏଫ୍ କବ୍‌ଜାରେ ଚୋରା ବନ୍ଧୁକ ବେପାରୀ। ବନ୍ଧୁକ ବିକ୍ର୍ରି ପାଇଁ ଡିଲ ଚାଲିଥିଲା। ଖବର ପାଇଁ ଘଟଣା ସ୍ଥଳରେ ହଠାତ ପହଞ୍ଚିଗଲା ଏସଟିଏଫ୍। ଖୋର୍ଦ୍ଧାରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟରେ ପର୍ଦ୍ଦାଫାଶ କରିଛି ଏସଟିଏଫ । ୧୦ଟି ଚୋରା ବନ୍ଧୁକ ସହ ୮ ରାଉଣ୍ଡ ଗୁଳି ଓ ବାଇକ ଜବତ କରାଯାଇଛି । ତେବେ ଏହି ବନ୍ଧୁକ କାହା ପାଖକୁ ଅଣାଯାଉଥିଲା, କିଏ ଏହି ଡିଲ୍‌ରେ ସାମିଲ ଥିଲେ ସେ ନେଇ ପୁଲିସ ଏଯାଏ କିଛି କହିନାହିଁ।

ଖବର ଅନୁଯାୟୀ,୨ ଜଣ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ରଣପୁର ସୀମାରୁ ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ୨ ଜଣଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଛି । ୨ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଜଣେ ଗିରଫ ହୋଇଥିଲା । ସେମାନଙ୍କ ନାମ ବସନ୍ତ ମହାରଣା, କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ବୋଲି ଜଣାପଡିଛି।

Leave A Reply

Your email address will not be published.