ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କାହା ପାଖକୁ ଆସୁଥିଲା ବନ୍ଧୁକ?

0

ବନ୍ଧୁକ ରାକେଟର ପର୍ଦ୍ଦାଫାଶ, ଏସଟିଏଫ କବ୍‌ଜାରେ ବେପାରୀ

ଭୁବନେଶ୍ବର: ଏସଟିଏଫ୍ କବ୍‌ଜାରେ ଚୋରା ବନ୍ଧୁକ ବେପାରୀ। ବନ୍ଧୁକ ବିକ୍ର୍ରି ପାଇଁ ଡିଲ ଚାଲିଥିଲା। ଖବର ପାଇଁ ଘଟଣା ସ୍ଥଳରେ ହଠାତ ପହଞ୍ଚିଗଲା ଏସଟିଏଫ୍। ଖୋର୍ଦ୍ଧାରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟରେ ପର୍ଦ୍ଦାଫାଶ କରିଛି ଏସଟିଏଫ । ୧୦ଟି ଚୋରା ବନ୍ଧୁକ ସହ ୮ ରାଉଣ୍ଡ ଗୁଳି ଓ ବାଇକ ଜବତ କରାଯାଇଛି । ତେବେ ଏହି ବନ୍ଧୁକ କାହା ପାଖକୁ ଅଣାଯାଉଥିଲା, କିଏ ଏହି ଡିଲ୍‌ରେ ସାମିଲ ଥିଲେ ସେ ନେଇ ପୁଲିସ ଏଯାଏ କିଛି କହିନାହିଁ।

ଖବର ଅନୁଯାୟୀ,୨ ଜଣ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ରଣପୁର ସୀମାରୁ ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ୨ ଜଣଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଛି । ୨ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଜଣେ ଗିରଫ ହୋଇଥିଲା । ସେମାନଙ୍କ ନାମ ବସନ୍ତ ମହାରଣା, କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ବୋଲି ଜଣାପଡିଛି।

Leave A Reply

Your email address will not be published.