ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ ଲାଗି ସଜବାଜ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣା ଏକ ବଡ଼ କଥା କହିଛନ୍ତି। ଗୁଜକାଟ ହାଇକୋର୍ଟର ଲାଇଭ୍ ପ୍ରକ୍ରିୟାର ଭର୍ଚୁଆଲରେ ଉଦଘାଟନ କରି ସେ କହିଲେ ଯେ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟର ଶୁଣାଣୀ ପ୍ରକ୍ରିୟାର ସିଧା ପ୍ରସାରଣ କରାଯିବ। ଲୋକଙ୍କ ନିକଟରେ କୋର୍ଟଙ୍କ ତଥ୍ୟ ପହଞ୍ଚିବା ଲାଗି ଏହା ଜରୁରୀ ଅଟେ। ଏଣୁ ସର୍ବୋଚ୍ଚ ନ୍ୟାୟାଳୟ କିଛି କୋର୍ଟର ଲାଇଭ୍କ ବା ସିଧା ପ୍ରସାରଣ କରିବାକୁ ଚାହୁଁଛନ୍ତି। ଏ ଦିଗରେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ଚ ଡି ଚନ୍ଦ୍ରଚୁଡ, ଜଷ୍ଟିସ୍ ଏମ୍ ଆର୍ ଶାହ ମଧ୍ୟ ଯୋଗଦେଇଥିଲେ।

ମୁଖ୍ୟ ବିଚାରପତି କହିଛନ୍ତି ଯେ ବର୍ତ୍ତମାନ ଲୋକମାନେ ଗଣମାଧ୍ୟମ ଜରିଆରେ କୋର୍ଟ ବିଷୟ ସୂଚନା ପାଉଛନ୍ତି।ଏହାଦ୍ବାରା କୋର୍ଟର ନିର୍ଦେଶନାମା କିଛି କ୍ଷେତ୍ରରେ ପରିବର୍ତ୍ତନ ହୋଇଯାଉଛି। ବେଳେ ବେଳେ ଭୁଲ୍ ବାଖ୍ୟା ହୋଇଥାଏ ଇତ୍ୟାଦି ଇତ୍ୟାଦି। ଏହାଦ୍ବାରା କୋର୍ଟ ମଧ୍ୟ ଅକଳରେ ପଡିଥାନ୍ତି। ଯେହେତୁ କୋର୍ଟଙ୍କ ନିର୍ଦେଶନାମା ସାଧାରଣ ଲୋକ ପାଖରେ ତତ୍କାଳ ପହଞ୍ଚିବାର କୌଣସି ବ୍ୟବସ୍ଥା ନାହିଁ, ଏହା ଭୁଲ୍ ଧାରଣା ସୃଷ୍ଟି ପାଇଁ ଅନେକ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଥାଏ। ଏଣୁ ଥରେ କୋର୍ଟଙ୍କ ଶୁଣାଣିର ଲାଇଭ୍ ପ୍ରକ୍ରିୟା ଆରମ୍ଭ ହୋଇଗଲେ, ଏଥିରେ ଅନେକ ଉପକାର ମିଳିବ। ଲୋକମାନେ ସାମଗ୍ରିକ ବିଚାର ପ୍ରକ୍ରିୟା ଓ ବିଚାରପତିଙ୍କ ମତାମତ ବିଷୟ ଜାଣିପାରିବେ।

ବେଳେ ବେଳେ ଲାଇଭ୍ ଜାରି ହେଲେ ଅଡୁଆ ପରିସ୍ଥିତି ହୋଇପାରେ, ଏକଥାକୁ ବି ଏଡାଇ ଦେଇ ହେବନାହିଁ। ଏହା ବିପଜ୍ଜକନ ହୋଇପାରେ। କିନ୍ତୁ ଏହା ହେବ ଯେ ବିଚାରପତିମାନେ ଲୋକମାନଙ୍କର ଚାପକୁ ଅନୁଭବ କରିପାରିବେ। ନ୍ୟାୟ ବିତରଣ ପାଇଁ ଏହା ଅନୁକୂଳ ହୋଇନପାରେ। କିନ୍ତୁ ଜଣେ ବିଚାରପତି ମନେ ରଖିବା ଉଚିତ୍, ଯଦିଓ ନ୍ୟାୟ ସାଧାରଣ ଜନତାଙ୍କ ବିରୁଦ୍ଧରେ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥାଏ, ତଥାପି ସେ ସମ୍ବିଧାନ ଅନୁଯାୟୀ ଗ୍ରହଣ କରିଥିବା ଶପଥ ପ୍ରତି କରିଥିବା ପ୍ରତିଶ୍ରୁତିରୁ ତାହା କରିବା ଆବଶ୍ୟକ ବୋଲି ବୋଲି ଜଷ୍ଟିସ୍ ରମଣା କହିଛନ୍ତି।

ପୂର୍ବରୁ କୋର୍ଟ କହିଥିଲେ ଯେ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣିର ସିଧା ପ୍ରସାରଣ ହେବ। ଭର୍ଚୁଆଲ୍ ଲଞ୍ଚ ସମୟରେ ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ କହିଛନ୍ତି, “ଲାଇଭ୍ ଯିବା ପାଇଁ ସାହସ, ଆତ୍ମବିଶ୍ୱାସ ଏବଂ ସର୍ବୋଚ୍ଚ ବିଶ୍ୱାସ ଆବଶ୍ୟକ। ମୋର ସମସ୍ତ ଭାଇ ଓ ଭଉଣୀ ବିଚାରପତି ସର୍ବସମ୍ମତି କ୍ରମେ ଲାଇଭ୍ ଷ୍ଟ୍ରିମିଂ ନିୟମକୁ ଅନୁମୋଦନ କରାଯାଇଛି।

Leave A Reply

Your email address will not be published.