ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ସାଇକେଲର ଶେଷ ଯାତ୍ରା!

0

ଭୁବନେଶ୍ବର: କୁଆଡେ ଗଲା ମୋ ସାଇକେଲ ? ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକେଲ ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ଶିଶୁ ଭବନ ଛକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଗର୍ଜିଛି ଯେ ମୋ ସାଇକେଲ ନାଁରେ ଏକ ବଡ଼ ଦୁର୍ନୀତି ହୋଇଛି । ୨୫ ହଜାରରେ ସାଇକେଲ କିଣି ୫୦୦ ଟଙ୍କାର ବିକିଛନ୍ତି। କେବଳ ସେତିକି ନୁହେଁ, ଏକ କୋକେଇରେ ମୋ ସାଇକେଲକୁ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପିର ନେତା ଓ କର୍ମୀ।

ସ୍କାର୍ଟ ରାଜଧାନୀକୁ ଆହୁରି ସ୍ମାର୍ଟ କରିବା ପାଇଁ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ହେଲେ ମାତ୍ର ଅଢେଇ ବର୍ଷ ଭିତରେ ମୋ ସାଇକେଲ କୋମା ଭିତରକୁ ଚାଲିଯାଇଥିବା ବିଜେପି କହିଛି । ୨୫ହଜାର ଟଙ୍କାର ସାଇକେଲକୁ ଲୁହା ଦରରେ କବାଡି ଖାନାରେ ବିକ୍ରି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଏବେ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଦଳ।

୨୦୧୮ ନଭେମ୍ବରରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ମହାନଗର ବାସୀଙ୍କୁ ଏକ ଭଲ ସ୍ୱପ୍ନ ଦେଖାଇଥିଲେ ସରକାର । ତେବେ ଦାମୀ ସାଇକେଲ କିଣି ଅଢେଇ ବର୍ଷରେ କବାଡିଆକୁ ବିକ୍ରିି ହୋଇଥିବା ପଛରେ କି କାରଣ ରହିଛି, ସେ ନେଇ ଅନେକ ସନ୍ଦେହ ରଖିଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱର ସ୍କାର୍ଟ ସିଟି ଲିମିଟେଡ଼ ଓ ଭୁବନେଶ୍ୱର ମହାନଗର ନିଗମ ଅପରାଗତାରୁ ଏପରି ହୋଇଥିବା ଦଳ କହିଛି ।

Leave A Reply

Your email address will not be published.