ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ମହାଲକ୍ଷ୍ମୀଙ୍କୁ ଦେଖିବାକୁ ମହାପ୍ରଭୁ ବ୍ୟସ୍ତ

0

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ସମୟକୁ ଏଡାଇ ଯାଇ ମହାପ୍ରଭୁ ଆଜି ନିଜ ଢଙ୍ଗରେ ବାହୁଡା ଯାତ୍ରାରେ ଅବତୀର୍ଣ୍ଣ ହୋଇଛନ୍ତି। ନିର୍ଦିଷ୍ଟ ସମୟର ଯଥେଷ୍ଟ ପୂର୍ବରୁ ଚତୁର୍ଧାମୂର୍ତ୍ତି ତିନି ରଥରେ ବିରାଜମାନ କରିଛନ୍ତି। ମଦନମୋହନ ମଧ୍ୟ ରଥ ଉପରକୁ ବିଜେ କରିସାରିଲେଣି। ଏଥିସହିତ ମହାପ୍ରଭୁଙ୍କ ଦକ୍ଷିଣାଭିମୁଖୀ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ମହାପ୍ରଭୁ ଯେଭଳି ବ୍ୟଗ୍ର ଅଛନ୍ତି, ସେଥିରୁ ସୂଚନା ମିଳୁଛି ଯେ ନିର୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇପାରେ।

ଗତକାଲି ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁଙ୍କ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରାଯାଇଥିଲା ଓ ରାତି ଗୋଟାଏ ସୁଦ୍ଧା ସେନାପଟା ଆଦି ଲାଗି କରାଯାଇଥିଲା। ଆଜି ଭୋରରୁ କିନ୍ତୁ ମହାପ୍ରଭୁ ସଅଳ ସଅଳ ଯାତ୍ରା ଆରମ୍ଭ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା ପରେ ବଡଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସିଥିଲେ। ତୁରନ୍ତ ମହାପ୍ରଭୁଙ୍କ ରଥରେ ବେଶ କରାଯାଇଛି ଓ ଚିତା ଲାଗି ହୋଇଛନ୍ତି।

ନବ ଦିନାତ୍ମକ ଯାତ୍ରା ସାରି ଆଜି ମହାପ୍ରଭୁ ସିଂହଦ୍ବାରକୁ ବିଜେ କରିବେ। ଏଥିପାଇଁ ଗତକାଲି ରାତିରୁ ପୁରୀ ସହରରେ ପୁଣି କର୍ଫ୍ୟୁ ଜାରି କରାଯାଇଛି।

ଏଠାରେ ଉଲ୍ଲେଖଥାଉକି, ହେରାପଞ୍ଚମୀ ଦିନ ଠାକୁରାଣୀ ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରି ମୋହାଚୂର୍ଣ୍ଣ ଫିଙ୍ଗିବା ପରଠାରୁ ମହାପ୍ରଭୁ କିଭଳି ଶ୍ରୀମନ୍ଦିରକୁ ଫେରିବେ, ସେନେଇ ବ୍ୟସ୍ତ ହୋଇପଡିଛନ୍ତି। ତା ପରଦିନ ପ୍ରଥମେ ଦେବୀ ସୁଭଦ୍ରା ପରେ ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ରଥ ଦକ୍ଷିଣ ମୋଡ ହୋଇଥିଲା। ଗତକାଲି ସନ୍ଧ୍ୟାରୁ ଭକ୍ତଙ୍କୁ ଆଉ ଦର୍ଶନ ନ ଦେଇ ମହାପ୍ରଭୁ କିଭଳି ଶ୍ରୀମନ୍ଦିରକୁ ଫେରିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ।

Leave A Reply

Your email address will not be published.