ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ମହାଲକ୍ଷ୍ମୀଙ୍କୁ ଦେଖିବାକୁ ମହାପ୍ରଭୁ ବ୍ୟସ୍ତ

0

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ସମୟକୁ ଏଡାଇ ଯାଇ ମହାପ୍ରଭୁ ଆଜି ନିଜ ଢଙ୍ଗରେ ବାହୁଡା ଯାତ୍ରାରେ ଅବତୀର୍ଣ୍ଣ ହୋଇଛନ୍ତି। ନିର୍ଦିଷ୍ଟ ସମୟର ଯଥେଷ୍ଟ ପୂର୍ବରୁ ଚତୁର୍ଧାମୂର୍ତ୍ତି ତିନି ରଥରେ ବିରାଜମାନ କରିଛନ୍ତି। ମଦନମୋହନ ମଧ୍ୟ ରଥ ଉପରକୁ ବିଜେ କରିସାରିଲେଣି। ଏଥିସହିତ ମହାପ୍ରଭୁଙ୍କ ଦକ୍ଷିଣାଭିମୁଖୀ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ମହାପ୍ରଭୁ ଯେଭଳି ବ୍ୟଗ୍ର ଅଛନ୍ତି, ସେଥିରୁ ସୂଚନା ମିଳୁଛି ଯେ ନିର୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇପାରେ।

ଗତକାଲି ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁଙ୍କ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରାଯାଇଥିଲା ଓ ରାତି ଗୋଟାଏ ସୁଦ୍ଧା ସେନାପଟା ଆଦି ଲାଗି କରାଯାଇଥିଲା। ଆଜି ଭୋରରୁ କିନ୍ତୁ ମହାପ୍ରଭୁ ସଅଳ ସଅଳ ଯାତ୍ରା ଆରମ୍ଭ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା ପରେ ବଡଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସିଥିଲେ। ତୁରନ୍ତ ମହାପ୍ରଭୁଙ୍କ ରଥରେ ବେଶ କରାଯାଇଛି ଓ ଚିତା ଲାଗି ହୋଇଛନ୍ତି।

ନବ ଦିନାତ୍ମକ ଯାତ୍ରା ସାରି ଆଜି ମହାପ୍ରଭୁ ସିଂହଦ୍ବାରକୁ ବିଜେ କରିବେ। ଏଥିପାଇଁ ଗତକାଲି ରାତିରୁ ପୁରୀ ସହରରେ ପୁଣି କର୍ଫ୍ୟୁ ଜାରି କରାଯାଇଛି।

ଏଠାରେ ଉଲ୍ଲେଖଥାଉକି, ହେରାପଞ୍ଚମୀ ଦିନ ଠାକୁରାଣୀ ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରି ମୋହାଚୂର୍ଣ୍ଣ ଫିଙ୍ଗିବା ପରଠାରୁ ମହାପ୍ରଭୁ କିଭଳି ଶ୍ରୀମନ୍ଦିରକୁ ଫେରିବେ, ସେନେଇ ବ୍ୟସ୍ତ ହୋଇପଡିଛନ୍ତି। ତା ପରଦିନ ପ୍ରଥମେ ଦେବୀ ସୁଭଦ୍ରା ପରେ ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ରଥ ଦକ୍ଷିଣ ମୋଡ ହୋଇଥିଲା। ଗତକାଲି ସନ୍ଧ୍ୟାରୁ ଭକ୍ତଙ୍କୁ ଆଉ ଦର୍ଶନ ନ ଦେଇ ମହାପ୍ରଭୁ କିଭଳି ଶ୍ରୀମନ୍ଦିରକୁ ଫେରିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ।

Leave A Reply

Your email address will not be published.