ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ସିଂହଦ୍ବାରରେ ତିନି ରଥ, ଆସନ୍ତାକାଲି ସୁନାବେଶ

0

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା ,ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଛି। ନିର୍ଧାରିତ ସମୟ ଆଗକୁ ତିନି ରଥ ସିଂହଦ୍ବାର ଚକଡାରେ ପହଞ୍ଚିଥିଲେ। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ବା ବଡତଡାଉ ବେଶ ଅନୁଷ୍ଠିତ ହେବ। ଏପଟେ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ ମହାପ୍ରଭୁଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି ।

ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି।ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ପରିସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ତମ ଭାବରେ ପରିଚାଳନା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋଭିଡ କଟକଣା ଯୋଗୁ, ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଯାତ୍ରା ରେ ଭାଗ ନେଇ ପାରିନଥିଲେ । ଲୋକମାନେ ଘରେ ରହି ଯେପରି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ର ଆନନ୍ଦ ନେଇପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ଵିଭାଗ ସୁନ୍ଦର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।। ସର୍ବୋପରି ପୁରୀର ଜନସାଧାରଣ ନବଦିନ ଯାତ୍ରା ସମୟରେ କୋଭିଡ଼୍ କଟକଣା ମାନି ଯେଭଳି ସଂଯମତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.