ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

0
  • ମୌସୁମୀ ଅଧିବେଶନକୁ ବିଗାଡ଼ିବ ପେଗାସସ୍ ରିପୋର୍ଟ
  • ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରି
  • କେନ୍ଦ୍ର ସରକାରଙ୍କ ଅଡୁଆ ବଢ଼ିବା ଆଶଙ୍କା
  • କେନ୍ଦ୍ରମନ୍ତ୍ରୀ, ରାହୁଲ, ପ୍ରଶାନ୍ତ କିଶୋରଙ୍କ ଫୋନ ହ୍ୟାକ
  • ୩୮ ସାମ୍ବାଦିକଙ୍କୁ ବି କରାଯାଇଛି ଟାର୍ଗେଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପେଗାସସ୍ ସ୍ପାଏୱେୟାର । ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍ ଦ୍ୱାରା ବିକଶିତ ଏହି ଅନିଷ୍ଟକାରୀ ସଫ୍ଟୱେୟାରକୁ କିଛି ରାଷ୍ଟ୍ରର ସରକାର ବେଆଇନ ଭାବେ ବ୍ୟବହାର କରି ରାଜନେତା, ମନ୍ତ୍ରୀ, ଓକିଲ, ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ଫୋନ ହ୍ୟାକ କରି ତଥ୍ୟ ହାସଲ କରୁଥିବା ନେଇ ଏକ ସଦ୍ୟ ରିପୋର୍ଟରେ ଦାବି କରାଯାଇଛି । ଦ ୱେୟାର, ଦ ୱାଶିଂଟନ ପୋଷ୍ଟ ସମେତ ୧୭ଟି ପ୍ରମୁଖ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁସନ୍ଧାନ କରି ଏହି ଖବର ସାମ୍ନାକୁ ଆଣିଛନ୍ତି । ଭାରତରେ ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ମଧ୍ୟ ଏହି ଇସ୍ରାଏଲୀ ସ୍ପାଏୱେୟାରକୁ ବ୍ୟବହାର କରିଥିବା ରିପୋର୍ଟରେ ଦାବି କରାଯାଇଛି। ସୋମବାର ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ପେଗାସସ୍ ରିପୋର୍ଟକୁ ନେଇ ଝଡ଼ ଉଠିଛି। କଂଗ୍ରେସ ସମେତ କିଛି ବିରୋଧୀ ଦଳ ଏହାକୁ କେନ୍ଦ୍ର କରି ହଙ୍ଗାମା କରୁଛନ୍ତି। ପ୍ରଥମ ଦିନ ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହ କାର୍ଯ୍ୟ ବରବାଦ ହୋଇଥିଲା। ଆଜି ପୁଣି ପେଗାସସ ରିପୋର୍ଟକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ଏହାକୁ ନେଇ କିଛି ଦଳ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ସେହିଭଳି ଲୋକଙ୍କ ଉପରେ ଗୁଇନ୍ଦାଗିରି କରିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କୁହାଯାଇଛି। ଏହାକୁ ନେଇ ସଂସଦର ମୌସୁମୀ ଅଧିବେଶନ ବରବାଦ ହେବା ଆଶଙ୍କା ରିହିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିକଟରେ ମନ୍ତ୍ରିମଣ୍ଡଳରେ ନବ କଳେବର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୈଳ ଓ ଦରଦାମ ବୃଦ୍ଧି, କରୋନା ପରିଚାଳନା ବିଫଳତା, ପଶ୍ଚିମବଙ୍ଗ ନିର୍ବାଚନୀ ବିଫଳତା, ଚାଷୀ ପ୍ରସଙ୍ଗ ଆଦି କାରଣରୁ ରାଜ୍ୟ ସରକାର ଯେଉଁ ବଦନାମ ହୋଇଥିଲେ, ସେଥିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଢେର୍ ଉଦ୍ୟମ କରିଥିଲେ। ସରକାର ଆଶା କରିଥିଲେ ଯେ ମୌସୁମୀ ଅଧିବେଶନରେ ବିରୋଧୀଙ୍କୁ ମାତ୍ ଦେବେ। ହେଲେ ଗୋଟିଏ ନ୍ୟୁଜ ପୋର୍ଟାଲ ଏବେ ସରକାରଙ୍କ ସବୁ ରଣନୀତିକୁ ପାଣିଚିଆ କରିଦେଇଛି। ଦ ୱେୟାର୍ ଆଣିଥିବା ଏହି ପେଗାସସ୍ ପ୍ରସଙ୍ଗ ସରକାରଙ୍କ ପାଇଁ ଅତ୍ୟନ୍ତ ଅକଳ ପରିସ୍ଥିତି ସୃଷ୍ଟି କରିଛି। ପରିସ୍ଥିତି ଏତେ ଗମ୍ଭୀର ଯେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ମନ୍ତ୍ରିମଣ୍ଡଳର ପରିଚୟ ମଧ୍ୟ ଦେବାରେ ସକ୍ଷମ ହୋଇପାରିଲେ ନାହିଁ। ପ୍ରସଙ୍ଗଟି ଏବେ ସରକାରଙ୍କ ଭାବମୂୁର୍ତିକୁ ପୁଣି କର୍ଦମାକ୍ତ କରିଦେଇଛି ଓ ବିରୋଧୀଙ୍କ ହାତରେ ଯଥେଷ୍ଟ ବଳ ଦେଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ଏହି ରିପୋର୍ଟରେ ଆଦୌ ସତ୍ୟତା ନାହିଁ। ସରକାର ଏବଂ ଗଣତନ୍ତ୍ର ଭାବମୂର୍ତ୍ତି କ୍ଷୁଣ୍ଣ ଉଦ୍ଦେଶ୍ୟରେ ଏଭଳି ମିଥ୍ୟା ଅଭିଯୋଗ ଅଣାଯାଇଛି ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସ୍ପଷ୍ଟ କରିସାରିଛନ୍ତି। ସେହିଭଳି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ରିପୋର୍ଟକୁ ଜୋରଦାର ବିରୋଧ କରିଛନ୍ତି। କିଛି ବିଶୃଙ୍ଖଳା ସୃଷ୍ଟିକାରୀ ଏବଂ ଅବରୋଧକାରୀଙ୍କ ଦ୍ୱାରା ଏହି ରିପୋର୍ଟ ତିଆରି କରାଯାଇଥିବା ସେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ବିକାଶ ଧାରାକୁ ରୋକିବା ଲାଗି ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର କରିଛନ୍ତି। କିନ୍ତୁ ସେମାନଙ୍କର ଏ ପ୍ରୟାସ ସଫଳ ହେବନାହିଁ। ତାଙ୍କ ମୁତାବକ ସୋମବାର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପୂର୍ବଦିନ ଅର୍ଥାତ ରବିବାର ହିଁ ଏହି ରିପୋର୍ଟ ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ‘କ୍ରୋନୋଲୋଜିକୁ ବୁଝନ୍ତୁ’ ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟ ଗଣାମଧ୍ୟମ ରିପୋର୍ଟ ମୁତାବକ ପେଗାସସ ସ୍ପାଏୱେୟାରକୁ ବ୍ୟବହାର କରିଥିବା ବିଭିନ୍ନ ରାଷ୍ଟ୍ରର ସରକାର ବିଶେଷକରି ସାମ୍ବାଦିକ ଓ ସାମାଜିକ କର୍ମୀଙ୍କୁ ଅଧିକ ଟାର୍ଗେଟ କରିଛନ୍ତି। ସରକାରଙ୍କ କାର୍ଯ୍ୟକୁ ଖୁଣି ତୀବ୍ର ସମାଲୋଚନା କରିଥିବା ସାମ୍ବାଦିକଙ୍କ ଫୋନକୁ ସେମାନେ ହ୍ୟାକ କରିଛନ୍ତି। ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଉପରେ ନଜର ରଖିଛନ୍ତି।

ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନକାରୀଙ୍କ ସମେତ ୩୮ ସାମ୍ବାଦିକଙ୍କ ଉପରେ ଏହି ସ୍ପାଏୱେୟାରକୁ ପ୍ରୟୋଗ କରାଯାଇଛି। ଏହାବ୍ୟତୀତ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଜଣେ କର୍ମଚାରୀଙ୍କ ଫୋନକୁ ହ୍ୟାକ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ପୂର୍ବତନ ନିର୍ବାଚନ କମିସନର ଅଶୋକ ଲାଭାସାଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ସେତିକି ନୁହେଁ, ତୃଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ବର୍ତ୍ତମାନର କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ଫୋନ ମଧ୍ୟ ହ୍ୟାକିଙ୍ଗ ଟାର୍ଗେଟରେ ଥିଲା।

ପେଗାସସ ସଫ୍ଟୱେର ପ୍ରୋଜେକ୍ଟ ଦ୍ୱାରା ବିଶ୍ୱବ୍ୟାପୀ ୮୦ ଦେଶର ୫୦,୦୦୦ରୁ ଅଧିକ ଲୋକଙ୍କ ଉପରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି। ପେଗାସସ ଏଭଳି ସ୍ପାଏୱେୟାର, ଯାହା ଆଣ୍ଡ୍ରଏଡ ଡିଭାଇସ ଏବଂ ଆଇଫୋନକୁ ହ୍ୟାକ କରିଥାଏ। ଏହି ସ୍ପାଏୱେୟାର ବ୍ୟବହାର କରାଯାଇ ଲୋକଙ୍କ ଫୋନକୁ ହ୍ୟାକ କରାଯାଇ ପାରିବ। ଏହାଦ୍ୱାରା ସେମାନଙ୍କ ମେସେଜ, ଫଟୋ ଏବଂ ଇ-ମେଲ ଆଦି ହାସଲ କରିହେବ। କଲ ରେକର୍ଡ ବି ହାସଲ
ସହ ମାଇକ୍ରୋଫୋନକୁ ସକ୍ରିୟ କରାଯାଇ ପାରିବ। ଏହା ଜରିଆରେ ଏନକ୍ରିପ୍ଟେଡ ଅଡିଓ ଓ ଏନକ୍ରିପ୍ଟେଡ ମେସେଜକୁ ଆକ୍ସେସ କରାଯାଇ ପାରିବ।

ଏନକ୍ରିପ୍ଟେଡ ମେସେଜକୁ ସାଧାରଣତଃ ପ୍ରେରଣକାରୀ ଓ ଗ୍ରହଣକାରୀ ଆକ୍ସେସ କରିପାରିଥାନ୍ତି। କିନ୍ତୁ ପେଗାସସ ସ୍ପାଏୱେୟାର ଦ୍ୱାରା ଏହାକୁ ତୃତୀୟ ପକ୍ଷ ହାସଲ କରିପାରିବ। ୱାଶିଂଟନ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ ପେଗାସସ୍ କ୍ଲାଏଣ୍ଟମାନେ (ବିଶେଷକରି ସରକାର) ୧୮୯ ସାମ୍ବାଦିକ, ୬୦୦ରୁ ଅଧିକ ରାଜନେତା ଓ ସରକାରୀ ଅଧିକାରୀ ଏବଂ ୬୦ରୁ ଅଧିକ ବ୍ୟବସାୟିକ କାର୍ଯ୍ୟନିର୍ବାହୀଙ୍କ ଫୋନକୁ ହ୍ୟାକ କରିଛନ୍ତି ।

ଆମେରିକୀୟ ଗୁଇନ୍ଦା ଏଜେନ୍ସିର ପୂର୍ବତନ ସାଇବର ସୁରକ୍ଷା ଇଞ୍ଜିନିୟର ତଥା ଆରିଜୋନା ଷ୍ଟେଟ ୟୁନିଭର୍ସିଟିରେ ଆଇଟି ନିର୍ଦ୍ଦେଶକ ଟିମୋଥୀ ସମର୍ସଙ୍କ ମୁତାବକ ପେଗାସସ ସ୍ପାଏୱେୟାର ଏକ ଅତ୍ୟନ୍ତ ଅନିଷ୍ଟକାରୀ ସଫ୍ଟୱେର । ଏହା ସମଗ୍ର ବିଶ୍ୱର ଲୋକଙ୍କ ଉପରେ ଗୁଇନ୍ଦାଗିରି କରିପାରିବ । ଏହାଦ୍ୱାରା ଲୋକମାନେ ଡିଜିଟାଲ କ୍ରୀତଦାସ ବନିଯିବା କିଛି ଅସମ୍ଭବ ନୁହେଁ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୧୯ରେ ମଧ୍ୟ ପେଗାସସ ରିପୋର୍ଟକୁ ନେଇ ବିବାଦ ଉପୁଜିଥିଲା । ମେସେଜିଙ୍ଗ ଆପ୍ଲିକେସନ ହ୍ୱାଟସଆପ ଅଭିଯୋଗ କରିଥିଲା ଯେ ଏହାର ଭିଡିଓ କଲିଙ୍ଗ ଫିଚର ଦ୍ୱାରା ସ୍ପାଏୱେୟାର ଆକ୍ରମଣ କରାଯାଇଛି । କାଲିଫର୍ଣ୍ଣିଆରେ ହୋଇଥିବା ଏହି ଅଭିଯୋଗ ମୁତାବକ ପେଗାସସ ୩ଟି ସ୍ତରରେ ସର୍ଭେଲାନ୍ସ ଟାର୍ଗେଟ କରିପାରିବ। ପ୍ରଥମତଃ ଏହା ଫୋନରୁ ଡାଟା କାଢ଼ିପାରିବ, ଦ୍ୱିତୀୟରେ ଏହା ଫୋନକୁ ମନିଟର ବା ତଦାରଖ କରିପାରିବ
ଏବଂ ସକ୍ରିୟ ଭାବେ ତଥ୍ୟ ସଂଗ୍ରହ କରିପାରିବ। ସେତେବେଳେ ଏହି ସଫ୍ଟୱେରକୁ ଆଇଓଏସ, ଆଣ୍ଡ୍ରଏଡ ଏବଂ ବ୍ଲାକବେରୀ ଅପରେଟିଙ୍ଗ ସିଷ୍ଟମକୁ ହ୍ୟାକ ପାଇଁ ବ୍ୟବହାର କରାଯାଉଥିଲା । ୨୦୧୯ରେ ଭାରତର ଦୁଇ ଡଜନରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ, ଓକିଲ, ସାମ୍ବାଦିକ ଓ ଦଳିତ ସାମାଜିକ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

Leave A Reply

Your email address will not be published.