ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ହକିରେ ରୋମାଞ୍ଚକର ବିଜୟରୁ ଭାରତର ଅଲମ୍ପିକ୍ସ ଅଭିଯାନ

0

ଟୋକିଓ ଅଲିମ୍ପିକ୍ସ ୨୦୨୧ ଆରମ୍ଭରୁ ଭାରତକୁ ଏକ ବଡ ସଫଳତା ମିଳିଛି। ପୁରୁଷ ହକିର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ଏଥିସହିତ ସମଗ୍ର ଭାରତବର୍ଷରେ ଆଜି ଖୁସିର ଲହରୀ ଖେଳିଯାଇଛି। ଭାରତର ପଦକ ସମ୍ଭାବନା ଆଶାକୁ ଖେଳାଳିମାନେ ଆରମ୍ଭରୁ ବହୁଗୁଣିତ କରିଦେଇଛନ୍ତି। ରୁପିନ୍ଦର ପାଲ୍ ସିଂହ ଗୋଟିଏ ଓ ହରମନପ୍ରୀତ ସିଂହଙ୍କ ଦୁଇଟି ଗୋଲ୍ ଭାରତକୁ ଏହି ସଫଳତା ଦେଇଛି।

ଗତକାଲି ଟୋକିଓ ଅଲମ୍ଫିକ୍ସର ଉଦଘାଟନ ହୋଇଥିଲା। କୋଭିଡ୍ ମହାମାରୀ କାରଣରୁ ବିନା ଦର୍ଶକରେ ଅଲମ୍ପିକ୍ସ କରାଯାଉଛି। ଉଦଘାଟନୀ ଉତ୍ସବ ମାର୍ଚ୍ଚ ଫାଷ୍ଟରେ ଭାରତର ୧୯ ଜଣିଆ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ୬ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ମେରି କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ।

Leave A Reply

Your email address will not be published.