ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ମୋଦୀଙ୍କ ‘ମନ୍ କି ବାତ୍’କୁ କାହିଁକି ଆସିଲେ ଇସାକ ମୁଣ୍ଡା?

0

ଭୁବନେଶ୍ବର: ଭାଗ୍ୟ କେବେ, କାହାର ଓ କେତେବେଳେ କଡ଼ ଲେଉଟାଇବ ତାହା କହିହେବ ନାହିଁ। ଦିନ ମଜୁରିଆରୁ ଲକ୍ଷପତି ୟ୍ୟୁଟ୍ୟୁବର । ଆଗରୁ ଚାଳଘରେ ରହୁଥିଲେ । ଏବେ ଛାତ ଘର କଲେଣି।

ଆମେ କହୁଛୁ ସମ୍ବଲପୁରର ୟୁଟ୍ୟୁବରର ଇସାକ ମୁଣ୍ଡାଙ୍କ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଘରେ ଘରେ ପରିଚିତ ଇସାକ୍ ମୁଣ୍ଡାଙ୍କ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଣେ ଦିନ ମଜୁରିଆ ପାଲଟିଗଲେ ଇଣ୍ଟରନେଟ୍ ସେନସେସନ। ୟୁଟ୍ୟୁବ ଚ୍ୟାନେଲ କରି ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି। ସ୍ଥାନୀୟ ବ୍ୟଞ୍ଜନ ଓ ପାରମ୍ପରିକ ଖାଦ୍ୟକୁ ୟୁଟ୍ୟୁବରେ ପ୍ରଚାର କରୁଛନ୍ତି। ଇସାକ ମୁଣ୍ଡା ଆମ ମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୋଦୀ।

ଦିନେ ପର ଘରେ ମୂଲ ଲାଗି ଦିନ ମଜୁରିଆ ସାଜି ସ୍ତ୍ରୀ ପିଲା ଛୁଆଙ୍କ ପେଟରେ ଦାନା ଦେଉଥିଲେ। ମାତ୍ର ସମୟ ଗୋଟିଏ ସୁଯୋଗ ଦେଲା ଯାହାର ଫାଇଦା ଉଠାଇଲେ ଇସାକ୍। ଲକ୍ଡାଉନ ସମୟରେ ବନିଗଲେ ଲକ୍ଷପତି। ଗତ ବର୍ଷ ଲକଡାଉନ ବେଳେ ପେଟର ଭୋକ ଏଡାଇବାକୁ ବେଳେ ବେଳେ ମୋବାଇଲ ଭିଡିଓ ଦେଖିନେଉଥିଲେ ଇସାକ। ହେଲେ ଭାବିନଥିଲେ ସେହି ଭିଡିଓ ହିଁ ତାଙ୍କ ଭାଗ୍ୟ ବଦଳାଇଦେବ। କଂସାଏ ବାସି ପଖାଳ, ପିଆଜ ଆଉ କଞ୍ଚା ଲଙ୍କା। ଭାବିଲେ ନିଜେ ଖାଉଥିବା ଏହି ଭିଡିଓ ବି ସେ ଛାଡିଦେବେ। ବାସ୍! ବର୍ଷ ମାର୍ଚ୍ଚରେ ଏହି ପଖାଳ ଖିଆ ଭିଡିଓରୁ ଆରମ୍ଭ ହୋଇଥିଲା ଇସାକ ମୁଣ୍ଡାଙ୍କ ଭିଡିଓ ଯାତ୍ରା। ଆଉ ପରେ ପରେ ଜଙ୍ଗଲୀ ଛତୁ, ମାଛ, ମାଂସ ,ଅଣ୍ଡାଠୁ ଆରମ୍ଭ କରି ନାଲିଜନ୍ଦା ଓ ଗେଣ୍ଡା ଯାଏଁ । ହିନ୍ଦୀ, ସମ୍ବଲପୁରୀ ଭାଷାରେ ଭଳିକି ଭଳି ଦେଶୀ ଗାଉଁଲି ଖାଦ୍ୟର ଶହ ଶହ ଭିଡିଓ କରି ଜଣେ ସଫଳ ୟୁଟ୍ୟୁବର ପାଲଟିଛନ୍ତି ଇସାକ ମୁଣ୍ଡା ।

ସପ୍ତମ ଯାଏ ପଢି ବି ଲକ୍ଷପତି ପାଲଟିଥିବା ଇସାକଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଏବେ ସମସ୍ତଙ୍କ ପ୍ରେରଣା ଯୋଗାଇଛି। ଆଗରୁ ଚାଳଘରେ ରହୁଥିଲେ।ଏବେ କୋଠା ଘର କଲେଣି। ବର୍ଷକ ମଧ୍ୟରେ ଇସାକ ମୁଣ୍ଡା ଇଟିଂରେ ଭିଡିଓ ସଂଖ୍ୟା ବଢିଛି । ଦର୍ଶକ ବଢିଛନ୍ତି ଓ ରୋଜଗାର ବି ବଢିଛି। ଏବେ ତାଙ୍କ ୟ୍ୟୁଟ୍ୟୁବ ଚ୍ୟାନେଲର ଲକ୍ଷ ଲକ୍ଷ ସବସ୍କ୍ରାଇବର। ଯାହା ରୋଜଗାର ହେଉଛି ସ୍ତ୍ରୀ ,ଛୁଆଙ୍କୁ ନେଇ ଖୁସିରେ ଅଛନ୍ତି ଇସାକ ।

Leave A Reply

Your email address will not be published.