ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପଦକ ଆଶାରେ ଭାରତ

0

ତୀରନ୍ଦାଜରେ କ୍ୱାର୍ଟରରେ ଭାରତ

ଭାରତ ପାଇଁ ସୋମବାର ଭଲ ଖବର ଆସିଛି। ଟୋକିଓ ଅଲିମ୍ପିକ୍ସରେ ତୀରନ୍ଦାଜରେ କ୍ୱାର୍ଟରରେ ଭାରତ ପହଞ୍ଚିଛି। କାଜଖାସ୍ତାନକୁ ହରାଇଲା ଭାରତୀୟ ପୁରୁଷ ଦଳ। କାଜଖାସ୍ତାନକୁ ୬-୨ରେ ପରାସ୍ତ କରିଛି ଭାରତୀୟ ପୁରୁଷ ଦଳ । ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ । କ୍ୱାର୍ଟର ଫାଇନାଲରେ କୋରିଆକୁ ଭେଟିବ ଭାରତ।

ସେହିପରି ଟେବୁଲ ଟେନିସର ଦ୍ୱିତୀୟ ରାଉଣ୍ଡରେ ଜିତିଲେ ଶରଥ କମଲ। ପୁରୁଷ ବର୍ଗ ସିଙ୍ଗଲ୍ସରେ ଜିତିଛନ୍ତି ଶରଥ । ପର୍ତୁଗାଲର ଟିଆଗୋ ଆପୋଲୋନିଆଙ୍କୁ ୪-୨ରେ ହରାଇଛନ୍ତି।

ତେବେ ଫେନ୍ସିଂରେ ଭାରତକୁ ନିରାଶ ହେବାକୁ ପଡିଛି। ଫେନ୍ସିଂରେ ଭବାନୀ ଦେବୀ ପରାସ୍ତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି। ଫ୍ରାନ୍ସର ମେନନ ବ୍ରୁନେଟ ଭବାନୀ ଦେବୀଙ୍କୁ ପରାସ୍ତ କରିଛନ୍ତି । ୧୫-୭ରେ ଭବାନୀ ଦେବୀଙ୍କୁ ମେନନ ହରାଇଛନ୍ତି । ଅଲିମ୍ପିକ୍ସରେ ଭାରତର ପ୍ରଥମ ଫେନ୍ସର ଭାବେ ସାମିଲ ହୋଇଥିଲେ ଭବାନୀ ଦେବୀ ।

Leave A Reply

Your email address will not be published.