ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

କଟକଣା ଭିତରେ ଆଜିଠୁ ଖୋଲିବ ସ୍କୁଲ

0

ଭୁବନେଶ୍ବର: ପାଠପଢାକୁ ଦିଗହରା କରିଦେଇଛି କରୋନା। ଏମିତି ଯେ ଗତବର୍ଷ ମାଟ୍ରିକ୍ ପରୀକ୍ଷା ବି ହୋଇପାରିଲା ନାହିଁ। ପିଲାମାନେ ସ୍କୁଲ ଦେଖିପାରିଲେ ନାହିଁ। ଦ୍ବିତୀୟ ଲହର କମିବା ପରେ ସରକାର ଏକ ବଡ଼ ସାହସିକ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ। ସରକାରୀ ମାର୍ଗଦର୍ଶିକା ଅନୁସାରେ କ୍ଲାସରୁମରେ ପାଠପଢା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ପ୍ରଥମ ଦିନ ସ୍କୁଲ ଖୋଲିବାର ଘଣ୍ଟାଏ ପୂର୍ବର ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପହଞ୍ଚିବେ। ସକାଳ ୧୦ରୁ ଦିନ ଗୋଟାଏ ୩୦ ଯାଏ ଶ୍ରେଣୀଗୃହରେ ପାଠ ପଢାଯିବ।ଏହି ସମୟରେ କୌଣସି ଖେଳ ଛୁଟି ହେବ ନାହିଁ। ପାଠପଢା ପରେ ସିଧା ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିବେ। ତେବେ ସ୍କୁଲ ଖୋଲିବା ପୂର୍ବରୁ ପୂରା କ୍ୟାମ୍ପସକୁ ସାନିଟାଇଜ କରାଯାଇଛି। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ।

ସ୍କୁଲକୁ ପଶିବା ମାତ୍ରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାମାଜିକ ଦୂରତା ପାଇଁ ବ୍ୟବସ୍ଥା ହୋଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରେଣୀଗୃହରେ ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖାଯାଇ ରୋଲ ନମ୍ବର ସିଟରେ ଲେଖାଯାଇଛି। ଏହା ସହ ସ୍କୁଲରେ ଏକ ସଙ୍ଗରୋଧ ଗୃହ ରଖାଯାଇଛି । କୌଣସି ଛାତ୍ରଛାତ୍ରୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଗଲେ ସେମାନଙ୍କୁ ସେହି ଗୃହରେ ରଖାଯିବ।

ଏସଓପି ଅନୁସାରେ ସ୍କୁଲ ଖୋଲିବ। ନୋଡାଲ ଅଫିସର ମାନେ ମଧ୍ୟ ଜିଲ୍ଲା ଗସ୍ତରେ ଅଛନ୍ତି । ତେବେ ଆଗକୁ ଯଦି ସ୍ଥିତି ସୁଧୁରେ ଅଗଷ୍ଟ ୧୬ରୁ ନବମ ଓ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ ।

Leave A Reply

Your email address will not be published.