ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଚକ୍ ଦେ ଇଣ୍ଡିଆ…

0


ଟିମ ଇଣ୍ଡିଆର ଦମଦାର କମବ୍ୟାକ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ। ବିଜୟ ପଥରେ ଆଉ ପାଦେ ଆଗେଇଛି ଭାରତୀୟ ପୁରୁଷ ହକି ଦଳ। ସ୍ପେନକୁ ୩-୦ରେ ପରାସ୍ତ କରିଛି ଭାରତ । ସ୍ପେନକୁ ଗୋଟିଏ ବି ଗୋଲ କରିବାକୁ ସୁଯୋଗ ଦେଇନଥିଲା ଭାରତ ।

ଟୋକିଓ ଅଲମ୍ପିକ୍ସରେ ଭାରତର ଏହା ଦ୍ୱିତୀୟ ବିଜୟ । ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡକୁ ହରାଇଥିଲା ବେଳେ ଦ୍ୱିତୀୟ ମ୍ୟାଚରେ କିନ୍ତୁ ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା ଭାରତ । ତେବେ ଆଜିର ବିଜୟ ପରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପରବର୍ତୀ ମ୍ୟାଚରେ ଭାରତ ଆର୍ଜେଣ୍ଟିନାକୁ ଭେଟିବ । ଆସନ୍ତା ୨୯ ତାରିଖରେ ଚତୃର୍ଥ ମୁକାବିଲା ହେବ।

ସେପଟେ କିନ୍ତୁ ଏୟାର ପିସ୍ତଲରେ ଆଜି ଭାରତକୁ ନିରାଶ ହେବାକୁ ପଡିଛି । ୧୦ ମିଟର ଏୟାର ପିସ୍ତଲରେ ପରାସ୍ତ ହୋଇଛି ଭାରତ । ମିକ୍ସଡ ଡବଲ ଷ୍ଟେଜ-୨ରେ ମନୁ ଭାକର-ସୌରଭ ଚୌଧୁରୀ ପରାଜିତ ହୋଇଛନ୍ତି । ଯଶସ୍ୱିନୀ ଦେଶୱାଲ-ଅଭିଷେକ ବର୍ମା ଷ୍ଟେଜ-୧ରେ ହାରିିଥିଲେ ।

Leave A Reply

Your email address will not be published.