ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

କଳାକନା ବୁଲାଇଲା କାମବାଲି

0

ଭୁବନେଶ୍ବର: ଆପଣ ଘରେ କାମବାଲି ରଖୁଛନ୍ତି କି? ତେବେ ସାବଧାନ। କାରଣ କାମ କରିବା ବାହାନାରେ କିଏ ଆପଣଙ୍କ ଘରୁ କଳାକନା ବୁଲାଇପାରେ । ଆଜି ଏଭଳି ଏକ ଖବର ସାମାନାକୁ ଆସଛି।

ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଧରି ଫେରାର ହୋଇଯାଇଥିବା ଜଣେ କାମବାଲିକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ତା ପାଖରୁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ କରାଯାଇଛି । ଘର ଘର ବୁଲି କାମ କରିବା ହେଉଛି ମହିଳାଙ୍କ କାମ । କିନ୍ତୁ କାମ କରିବା ବାହାନାରେ ସମସ୍ତଙ୍କ ଘରୁ ସୁନା ଓ ହୀରା ଗହଣା ଲୁଟି କଳାକନା ବୁଲାଉଥିଲେ । ଏହି ମହିଳା ଜଣକ ହେଉଛନ୍ତି ଭୁବନେଶ୍ୱର ସାଲିଆସାହିର। କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଧରି ଫେରାର ପରେ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ଗିରଫ ପରେ ତାକୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି । ଦିଲ୍ଲୀ ମେହେରୁଲି ପୁଲିସ ମହିଳାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ।

Leave A Reply

Your email address will not be published.