ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ତଥାପି ମାଥି ବଦଳିଲେନି

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ଦେଓରଂଜନ ସିଂ ଏବେ ଖଣି ବିଭାଗର ସଚିବ ହେବେ। ଦେଓରଂଜନ ଦୀର୍ଘ ୯ବର୍ଷ ଧରି ପଞ୍ଚାୟତିରାଜ ବିଭାଗର ଦାୟିତ୍ବରେ ଥିଲେ।

ଖଣି ବିଭାଗ ସଚିବ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି। ସେ ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ବି ରହିବେ। ସେହିଭଳି ଅଶୋକ ମୀନାଙ୍କ ସ୍ଥାନରେ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି। ସେ କିଛି ଦିନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରିଷ୍ଣା କ୍ରୀଡା ଓ ଯୁବ ସେବା ବିଭାଗ ଦାୟିତ୍ବ ଅତିରିକ୍ତ ଭାବେ ସମ୍ଭାଳିବେ।

କିନ୍ତୁ ଏହି ନିର୍ଦେଶନାମା ବାହାରିବା ପରେ ଯେଉଁ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି, ତାହା ହେଲା ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାତନନଙ୍କୁ ସରକାର ସେଠାରୁ ବଦଳି କରିବାକୁ ଚାହିଁନାହାନ୍ତି। ପାଖାପାଖି ୮ବର୍ଷ ହେଲାଣି ସେ ସେହି ବିଭାଗ ଦାୟିତ୍ବରେ ଅଛନ୍ତି। ଇତିମଧ୍ୟରେ ଏକାଧିକ ମୁଖ୍ୟସଚିବ ବଦଳିଥିଲେ ବି ତାଙ୍କ ପଦବି ସୁରକ୍ଷିତ ରହିଛି। ଯଦିଓ ନଗର ଉନ୍ନୟନ ବିଭାଗରେ ଶ୍ରୀ ମାଥିଭାଥନନ୍ ସେଭଳି କିଛି ଉଲ୍ଲେଖନୀୟ କରିସ୍ମା ଦେଖାଇପାରିନାହାନ୍ତି, ତଥାପି ତାଙ୍କ ପଦବି ସୁରକ୍ଷିତ ରହିଛି।

Leave A Reply

Your email address will not be published.