ପ୍ରମୁଖ ଖବର

ବୁଣାକାର ଶ୍ରମିକଙ୍କ ପାଇଁ ଭତ୍ତା ବଢାଇଲେ ରାଜ୍ୟ ସରକାର
ମଣିପୁରରେ ଆହୁରି ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ
ଏଣିକି ଓଡ଼ିଆରେ ପାଠ ପଢ଼ିବେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ
ଭିଜିଲାନ୍ସ ଜାଲରେ ଜୟପୁର ଫରେଷ୍ଟ ରେଞ୍ଜର: ଘରୁ ମିଳିଲା ଟ୍ରେଜେରି ଭର୍ତ୍ତି ଟଙ୍କା
ଓଡ଼ିଶା ଟେକ୍ସର ଶୁଭାରମ୍ଭ,ସମଗ୍ର ଦେଶରେ ପହଞ୍ଚିବ ଓଡ଼ିଶାର ବସ୍ତ୍ର: ମୁଖ୍ୟମନ୍ତ୍ରୀ
ସବ୍‌ ଇନ୍ସିପେକ୍ଟର ନିଯୁକ୍ତି ପାଇଁ ବଢିଲା ବୟସସୀମା
ରେଳ ଷ୍ଚେସନ ଏବଂ ବସ ଷ୍ଟାଣ୍ଡରେ ପ୍ରତିଷ୍ଠା ହେବ ଶିଶୁ ସହାୟତା କେନ୍ଦ୍ର

ସିବିଏସଇ ଦ୍ୱାଦଶ ପାସ ହାର ୯୯.୩୭%

0

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପାସ ହାର ରହିଛି ୯୯.୩୭%। ମୋଟ ୧୨ ଲକ୍ଷ ୯୬ ହଜାର ୩୧୮ ପିଲା ପାସ କରିଛନ୍ତି । ତେବେ ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସହାର ଅଧିକ ରହିଛି । ୯୯.୧୩ ପ୍ରତିଶତ ଛାତ୍ରଙ୍କ ପାସହାର ଥିବା ବେଳେ ଛାତ୍ରୀଙ୍କ ପାସହାର ରହିଛି ୯୯.୬୭ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ୦.୫୪ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି । ୭୦ ହଜାର ୪ ଜଣ ପିଲା ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି।

କରୋନା ମହାମାରୀ ପାଇଁ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ମୂଲ୍ୟାୟନ ହୋଇଛି । ବୋର୍ଡ ଦ୍ୱାରା ଗଠନ ହୋଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି । ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଦଶମ ଶ୍ରେଣୀ ଥିଓରୀରୁ ୩୦ ପ୍ରତିଶତ,ଏକାଦଶ ଶ୍ରେଣୀ ପରୀକ୍ଷାରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ରଖିଥିବା ମାର୍କରୁ ୪୦ ପ୍ରତିଶତ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।

ପରୀକ୍ଷା ଫଳ ବାହାରିବା ପୂର୍ବରୁ ସିବିଏସଇ ପକ୍ଷରୁ ରୋଲ ନମ୍ବର ଜାରି କରାଯାଇଥିଲା । ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନମ୍ବର ଅନଲାଇନରେ ଡାଉନଲୋଡ କରି ପରୀକ୍ଷା ଫଳ ଦେଖିପାରିବେ ।

Leave A Reply

Your email address will not be published.