ଶତ୍ରୁତାରୁ ଶିଶୁକୁ ହତ୍ୟା କରିବାକୁ ପଛାଇନାହିଁ ଅଭିଯୁକ୍ତ । ଆଉ ଶିଶୁକୁ ହତ୍ୟା କରିବା ପରେ ହାରମନିୟରେ ଲୁଚାଇବାକୁ ଫୋପାଡି ଦେବାକୁ ଯୋଜନା କରିଥିଲା । କିନ୍ତୁ ଏହା ପୂର୍ବରୁ ଧରାପଡିଯାଇଛି ସତ । ମାଲକାନଗିରି ଏମଭି ୧୯ରୁ ଆସିଛି ଏଭଳି ସାଂଘାତିକ ଖବର । ଏମଭି ୧୯ ଗାଁର ହାରାଧନ ମଣ୍ଡଳଙ୍କ ପୁଅ ଅଙ୍କିତ ମଣ୍ଡଳ । ପଡୋଶୀ ଘର ମାଉସୀଙ୍କୁ କୋଭିଡ ଟିକା ନେବା ଲାଗି ଖବର ଦେବାକୁ ଯାଇଥିଲା ଅଙ୍କିତ । ହେଲେ ପଡିଶା ଘର ବିକାଶ ରାୟ ହଠାତ କିଛି ବାଦ୍ୟଯନ୍ତ୍ର ବଜାଉଥିବାରୁ ସବୁ ପିଲା ଅଟକିଥିଲେ । ଅଙ୍କିତ ମଧ୍ୟ ସେଠାରେ ଅଟକିଥିଲା । ହେଲେ ସେ କଣ ଜାଣିଥିଲା ତା ବାପା ଉପରେ ରାଗ ରଖି ତାକୁ ଜୀବନରୁ ମାରିଦେବ ବିକାଶ ରାୟ । କିଛି ଜାଣିବା ବୁଝିବା ଆଗରୁ ୪ ବର୍ଷର ନିଷ୍ପାପ ଶିଶୁ ଅଙ୍କିତ ବେକରେ ଗାମୁଛା ଲଗାଇ ତାକୁ ହତ୍ୟା କରିଥିଲା ଅଭିଯୁକ୍ତ ବିକାଶ ।
ଏହା ପରେ ପରିବାର ଲୋକ ଅଙ୍କିତକୁ ନପାଇବାରୁ ବହୁ ଖୋଜାଖୋଜି କରିଥିଲେ। ଥାନାରେ ନିଖୋଜ ମାମଲା ରୁଜୁ କରିବାକୁ ଯାଇଥିଲେ । ବିକାଶ ମଧ୍ୟ ଗାଁ
ଲୋକଙ୍କ ସହ ଥାନାକୁ ଯାଇଥିଲା । ହେଲେ ଗାଁ ଲୋକଙ୍କ ସନ୍ଦେହ ବିକାଶ ଉପରେ ଉପୁଜିଥିଲା । ଏହା ପରେ ପଚରାଉଚରା ପରେ ପୁଲିସ ଆଗରେ ସବୁ ସତ ମାନିଛି ହତ୍ୟାକାରୀ । ସତ ମାନିବା ପରେ ଏବେ ପ୍ରକୃତ ଘଟଣା ସାମନାକୁ ଆସିଛି । ପୁଲିସ ହତ୍ୟାକାରୀ ବିକାଶ ଘରୁ କୁନି ଶିଶୁର ମୃତଦେହ ମଧ୍ୟ ଉଦ୍ଧାର କରିଛି ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ