ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ସଂକ୍ରମଣ ହାର ୨% ତଳକୁ ଖସିଲା

0

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ ପରେ ସଂକ୍ରମଣ ହାର ୨ ପ୍ରତିଶତ ତଳକୁ ଖସିଥିବା ବେଳେ ୨୭ ଜିଲ୍ଲାରେ ସଂକ୍ରମଣ ୧୦୦ ତଳକୁ ରହିଛି।କେବଳ କଟକ, ପୁରୀ,ଖୋର୍ଦ୍ଧାରେ ଶହେ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ୧୦ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କ ରହିଥିବା ବେଳେ ୧୩ ଜିଲ୍ଲାରେ ୫୦ ତଳେ ରହିଛନ୍ତି ସଂକ୍ରମିତ।

କିଛି ଦିନ ଧରି ସଂକ୍ରମଣ ସ୍ଥିର ରହିବା ପରେ ଏବେ ସଂକ୍ରମଣ ହାର ୨ ପ୍ରତିଶତ ତଳକୁ ଖସିଛି। ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି । ଗତ ୨୪ ଘଣ୍ଟାରେ ୭୪ ହଜାର ୭୩୫ ନମୁୃନା ପରୀକ୍ଷା କରାଯାଇଥିବା ବେଳେ ସଂକ୍ରମଣ ହାର ରହିଛି ୧.୯୨% । ୧୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତା’ ପଛକୁ ରହିଛି କଟକ ଓ ପୁରୀ।କଟକରୁ ୧୯୦ ଓ ପୁରୀରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୪୭, ବାଲେଶ୍ୱରର ୬୪,ଭଦ୍ରକ ୪୭,ଜଗତସିଂହପୁରରୁ ୮୬, ଯାଜପୁରରୁ ୬୬,ମୟୂରଭଂଜରୁ ୪୦,ନୟାଗଡ଼ରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ରେ ପହଞ୍ଚିଛି।

ସେହିପରି ଆଜି ଆଉ ୬୪ ମୃତ୍ୟୁର ହିସାବ ଦିଆଯାଇଛି। ମୋଟ ମୃତ୍ୟୁ ସଂଖ୍ୟା ୫ହଜାର ୯୬୬ରେ ପହଞ୍ଛିଛି। ଆଜିଠୁ ରାଜ୍ୟରେ ଅନଲକ ବା ତାଲା ଖୋଲା ପର୍ଯ୍ୟାୟ ଆରମ୍ଭ ହୋଇଛି । ୨୭ ଜିଲ୍ଲାରେ କଟକଣା ଆହୁରି କୋହଳ କରାଯାଇଥିବା ବେଳେ କେବେଳ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ରହିବ। ସେହିଭଳି ତିନିଟି ଅଞ୍ଚଳ ଅର୍ଥାତ୍ ଭୁବନେଶ୍ୱର,ପୁରୀ ଓ କଟକରେ ସପ୍ତାହାନ୍ତ ସଟଡାଉନ ରହିବ। କଟକଣା ଭି୍‌ତରେ ସବୁ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର।

Leave A Reply

Your email address will not be published.