ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୁନାଝିଅ ସିନ୍ଧୁ

0

ଟୋକିଓରୁ ଭାରତ ପାଇଁ ଭଲ ଖବର । ଭାରତୀୟ ପଦକ ତାଲିକାରେ ଯୋଡିହେଲା ଆଉ ଏକ ପଦକ । ବ୍ୟାଡମି ନ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଆଣିଛନ୍ତି ସଟଲର ପିଭି ସିନ୍ଧୁ । ଚୀନର ବିଙ୍ଗ ଜିଆଉଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ସିନ୍ଧୁ । ସିନ୍ଧୁଙ୍କ ଏହି ବିଜୟରେ ଭାରତରେ ଖୁସିର ମାହୋଲ ଦେଖାଦେଇଛି । ସିନ୍ଧୁ ହେଉଛନ୍ତି ପ୍ରଥମ ମହିଳା ଯିଏ ଲଗାତର ଦ୍ୱିତୀୟ ଥର ଅଲିମ୍ପିକ୍ସର ପଦକ ଜିତିଛନ୍ତି । ସିନ୍ଧୁଙ୍କ ଏହି ବିଜୟ ପରେ ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ଟୁଇଟ କରି ଶୁଭେଚ୍ଚା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିନ୍ଧୁଙ୍କ ଶୁଭେଚ୍ଚା ଜଣାଇଛନ୍ତି ।

ସେମିଫାଇନାଲରେ ପରାସ୍ତ ପରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିଲା ମ୍ୟାଚ । ଏଥିରେ ଦମଦାର ପ୍ରଦର୍ଶନ କରିଥିଲେ ପିଭି ସିନ୍ଧୁ । ବିଙ୍ଗ ଜିଆଉଙ୍କୁ ସିଧାସଳଖ ଦୁଇଟି ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ୨୧-୧୩ ଜିତିଥିଲେ ପିଭି ସିନ୍ଧୁ । ସେହିପରି ଦ୍ୱିତୀୟ ସେଟରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଦ୍ୱିତୀୟ ସେଟରେ ୨୧-୧୫ ବାଜିମାତ କରିଛନ୍ତି ସିନ୍ଧୁ ।

ଅଲିମ୍ପିକ୍ସ ଆରମ୍ଭରୁ ହିିଁ ପ୍ରତିଟି ମ୍ୟାଚରେ ପିଭି ସନ୍ଧୁ ଜବରଦସ୍ତ ପ୍ରଦର୍ଶନ କରିଆସିଥିଲେ । ସେମିଫାଇନାଲ ପର୍ଯ୍ୟନ୍ତ ଗୋଟିଏ ବି ସେଟରେ ହାରିନଥିଲେ । ହେଲେ ସେମିଫାଇନାଲରେ କଡା ଟକ୍କର ଦେବା ସତ୍ୱେ ମଧ୍ୟ ପରାଜୟର ସାମନା କରିବାକୁ ପଡିଥିଲା । ସେମିଫାଇନାଲରେ ସିନ୍ଧୁଙ୍କୁ ଚାଇନିଜ ତାଇପେଇର ଟ.ୱାଇ ତାଇ ପରାସ୍ତ କରିଥିଲେ । ଏହା ପରେ ବୋଞ୍ଜ ପଦକ ପାଇଁ ଆରମ୍ଭ ହୋଇଥିଲା ଲଢେଇ । ବ୍ରୋଞ୍ଜ ପଦକ ପାଇଁ ଚୀନର ବିଙ୍ଗ ଜିଆଉଙ୍କ ଓ ସିନ୍ଧୁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ହେଲେ ସିନ୍ଧୁ ଦୁଇଟି ସେଟରେ ରୋମାଚଂକର ପ୍ରଦର୍ଶନ କରି ପଦକ ହାତେଇଛନ୍ତି । ଏହା ପୂର୍ବରୁ ଭାରୋ ଳନରେ ମୀରାବାଈ ଚାନୁ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।

Leave A Reply

Your email address will not be published.