ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ବିନା ପରୀକ୍ଷାରେ ରେକର୍ଡ ପାସହାର । ପାସହାର ରହିଛି ୯୯.୦୪% । ୨ଟି ୱେବସାଇଟରେ ରେଜଲ୍ଟ ଉପଲବ୍ଧି ହେଉଛି ।ସିବିଏସଇ ଡଟ ଏନଆଇସି ଡଟ ଇନ ଓ ସିବିଏସଇ ଡଟଜ ଜିଓଭି ଡଟ ଇନରେ ରେଜଲ୍ଟ ଉପଲବ୍ଧହେଉଛି । ପାସ ହାର ରହିଛି । ଦଶମ ପରୀକ୍ଷା ପାଇଁ ରେଜଷ୍ଟ୍ରେସନ କରିଥିଲେ ୨୦ ଲକ୍ଷ ୯୭ ହଜାର ୧୨୮ ଛାତ୍ରଛାତ୍ରୀ । ପାସ କରିଛନ୍ତି ୨୦ ଲକ୍ଷ ୭୬ ହଜାର ୯୯୭ ଜଣ । ପୁଅଙ୍କତୁଳନାରେ ଝିଅଙ୍କ ପାସହାର ଅଧକ ରହିଛି । ଓଡିଶାରୁ ଦେଇଥିଲେ ୪୩ ହଜାର ୬୩୦ ଜଣ ପରୀକ୍ଷା । ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ । ଫଳାଫଳକୁ ନେଇ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଅଛନ୍ତି ।
ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଚଳିତ ବର୍ଷ ଫଳାଫଳ ପ୍ରକାଶ ପାଇଛି । ବିକଳ୍ପ ମୂଲ୍ୟାୟନ ପଦ୍ଧତି ପାଇଁ ଏକ ପ୍ୟାନେଲ ଗଠନ କରାଯାଇଥିଲା । ଏହି ପ୍ୟାନେଲ ବିକଳ୍ପ ମୂଲ୍ୟାୟନ ନେଇ ନିଷ୍ପତ୍ତି ନେଇଥିଲେ । ୪୦-୩୦-୨୦ ଏହି ଆଧାରରେ ଫଳ ପ୍ରକାଶ ପାଇଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ସିବିଏସଇ ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଥିଲା। ବିନା ପରୀକ୍ଷାରେ ଏଥର ରେଜଲ୍ଟ ବାହାରିଛି ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ