ଗତ ତିନି ଦିନ ଧରି ରାଜ୍ୟରେ ଲଗାତର କରୋନା ସଂକ୍ରମଣ ହାର ୨ ପ୍ରତିଶତ ତଳେ ରହିଛି । ସେମାବାର ସଂକ୍ରମିତଙ୍କ ସଂଖ୍ୟା ହଠାତ ହଜାରେକୁ ଖସି ଆସିଥିଲା । ହେଲେ ଗତକାଲି ଅପକ୍ଷୋ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲାର ସଂକ୍ରମଣ କିନ୍ତୁ ୫ ପ୍ରତିଶତ ତଳେ ରହିଛି ।
୫୯ ହଜାର ୩୭୮ ନମୂନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୧.୯୦% । ୧୧ ଶହ ୨୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୩୫, ଅନୁଗୁଳରୁ ୫୫, ବାଲେଶ୍ୱରୁ ୭୨,ଭଦ୍ରକରୁ ୬୦,ଜଗତସିଂହପୁରରୁ ୬୩,କେନ୍ଦ୍ରାପଡାରୁ ୬୬,ପୁରୀରୁ ୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୮୬୬ରେ ପହ ିଛି । ସେହିପରି ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା କିନ୍ତୁ କମୁନାହିଁ । ଆଉ ୬୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଖୋର୍ଦ୍ଧାରୁ ୨୩, କଟକରୁ ୯, ପୁରୀରୁ ୭, କେନ୍ଦ୍ରାପଡାରୁ ୬ ଜଣ ପ୍ରାଣ ହରାଇଛନ୍ତି । ବାଲେଶ୍ୱର,ଭଦ୍ରକ, ଜଗତସିଂହପୁର,ମୟୂରଭଞ୍ଜରୁ ୩ ଜଣ ଲେଖାଁଏ,ଅନୁଗୁଳ,ଢେଙ୍କାନାଳ,ଗଂଜାମ, ଯାଜପୁର ଓ କଳାହାଣ୍ଡିରୁ ୨ ଜଣ ଲେଖାଁଏ , ବଲାଙ୍ଗୀର ଓ ନୟାଗଡରୁ ଜଣେ ଲେଖାଁଏ ଆଖିବୁଜିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୧୦୨କୁ ବୃଦ୍ଧି ପାଇଛି।
ପ୍ରମୁଖ ଖବର
ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ