ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କମୁଛି ସଂକ୍ରମଣ, ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

0

ଗତ ତିନି ଦିନ ଧରି ରାଜ୍ୟରେ ଲଗାତର କରୋନା ସଂକ୍ରମଣ ହାର ୨ ପ୍ରତିଶତ ତଳେ ରହିଛି । ସେମାବାର ସଂକ୍ରମିତଙ୍କ ସଂଖ୍ୟା ହଠାତ ହଜାରେକୁ ଖସି ଆସିଥିଲା । ହେଲେ ଗତକାଲି ଅପକ୍ଷୋ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲାର ସଂକ୍ରମଣ କିନ୍ତୁ ୫ ପ୍ରତିଶତ ତଳେ ରହିଛି ।
୫୯ ହଜାର ୩୭୮ ନମୂନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୧.୯୦% । ୧୧ ଶହ ୨୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୩୫, ଅନୁଗୁଳରୁ ୫୫, ବାଲେଶ୍ୱରୁ ୭୨,ଭଦ୍ରକରୁ ୬୦,ଜଗତସିଂହପୁରରୁ ୬୩,କେନ୍ଦ୍ରାପଡାରୁ ୬୬,ପୁରୀରୁ ୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୮୬୬ରେ ପହ ିଛି । ସେହିପରି ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା କିନ୍ତୁ କମୁନାହିଁ । ଆଉ ୬୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଖୋର୍ଦ୍ଧାରୁ ୨୩, କଟକରୁ ୯, ପୁରୀରୁ ୭, କେନ୍ଦ୍ରାପଡାରୁ ୬ ଜଣ ପ୍ରାଣ ହରାଇଛନ୍ତି । ବାଲେଶ୍ୱର,ଭଦ୍ରକ, ଜଗତସିଂହପୁର,ମୟୂରଭଞ୍ଜରୁ ୩ ଜଣ ଲେଖାଁଏ,ଅନୁଗୁଳ,ଢେଙ୍କାନାଳ,ଗଂଜାମ, ଯାଜପୁର ଓ କଳାହାଣ୍ଡିରୁ ୨ ଜଣ ଲେଖାଁଏ , ବଲାଙ୍ଗୀର ଓ ନୟାଗଡରୁ ଜଣେ ଲେଖାଁଏ ଆଖିବୁଜିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୧୦୨କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.