ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସିଧାପ୍ରସାରଣକୁ ବାରର ବିରୋଧ

0

ହାଇକୋର୍ଟରେ ମାମଲାର ସିଧାପ୍ରସାରଣ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏହାକୁ ବିରୋଧ କରାଯାଇ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି ଆଇନଜୀବୀ । ପ୍ରତିବାଦରେ ବୁଧବାର ଯାଏ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି ଆଇନଜୀବୀ ।
ହାଇକୋର୍ଟ ଅଫ ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଙ୍ଗ ରୁଲ୍ସ ୨୦୨୧କୁ ପ୍ରତ୍ୟାହାର ଦାବିରେ ଜିଦରେ ଅଡିବସିଛନ୍ତି ଆଇନଜୀବୀ । ସୁପ୍ରିମକୋର୍ଟରେ ଏଭଳି ବ୍ୟବସ୍ଥା ନାହିଁ କି ଏ ସଂପର୍କରେ ଆଇନଜୀବୀଙ୍କ ମତାମତ ଲୋଡା ଯାଇନାହିଁ ବୋଲି ବାର ପକ୍ଷରୁ କୁହାଯାଇଛି । କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖବାକୁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । ଆସନ୍ତାକାଲି ବାରର ପରବର୍ତୀ ପଦକ୍ଷେପ ନେଇ ବୈଠକ ବସିବ ।
ହାଇକୋର୍ଟର ଶୁଣାଣୀର ଲାଇଭ ଷ୍ଟ୍ରିମିଂ ଗତକାଲିଠୁ ଆରମ୍ଭ ହୋଇଛି । ମୁଖ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣୀର ପ୍ରକ୍ରିୟାକୁ ସିଧାପ୍ରସାରଣ କରାଯାଇଛି । ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସମ୍ପୃକ୍ତ ଖଣ୍ଡପୀଠଙ୍କ ଜଜ ଲିଷ୍ଟରେ ପ୍ରକାଶ ପାଇବ । କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସମ୍ପର୍କିତ ମାମଲା,ଜାତୀୟ ସୁରକ୍ଷା ସଂପର୍କିତ ମାମଲାର ସିଧାପ୍ରସାରଣ ହୋଇପାରିବନାହିଁ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.