ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କାଲିଠୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

0

ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଅଗଷ୍ଟ ଗାଇଡଲାଇନ କୋହଳ ପରେ ମଲ , ମନ୍ଦିର , ପାର୍କ ଖୋଲିବା ଆରମ୍ଭ ହୋଇଛି । ସବୁ ଜିଲ୍ଲାରେ ଧର୍ମାନୁଷ୍‌ଠାନ ଗୁଡିକୁ ଖୋଲାଯାଉଛି । ଆସନ୍ତାକାଲଠୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ କାଲିଠୁ କଟକ ଜିଲ୍ଲାରେ ଖୋଲିବ ମନ୍ଦିର । ହେଲେ ସହରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସିଏମସି ନିଷ୍ପତ୍ତି ନେବ । କରୋନା କଟକଣାରେ ମନ୍ଦିର ଖୋଲାଯିବ ।

ତେବେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ କୋଭିଡ କଟକଣା ମାନିବା ବାଧ୍ୟତାମୂଳକା ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡିଥିଲେ ସରକାର । କରୋନା ସ୍ଥିତି ଦେଖି ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିପାରିବ ବୋଲି କହିଥିଲେ । ସେପଟେ ଆଜିଠୁ ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ଖୋଲିଛି । ମନ୍ଦିର ଗମ୍ଭୀର ଭିତରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଥିବା ବେଳେ ମନ୍ଦିର ଭିତରକୁ ପ୍ରସାଦ, ଫୁଲ, ଦୀପ ନେବାକୁ ମନା କରାଯାଇଛି । କୋଭିଡ କଟକଣାରେ ଭକ୍ତମାନେ ମାଙ୍କୁ ଦର୍ଶନ କରୁଛନ୍ତି ।

Leave A Reply

Your email address will not be published.