ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭାରତର ବଢୁଛି ପଦକ ଆଶା

0

ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ବଢୁଛି ପଦକ ଆଶା । ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ । ସେ ପୂର୍ବରୁ ଏସଆନ ଗେମ୍ସ, କମନୱେଲ୍‌ଥ ଗେମ୍ସ, ୱାଲ୍ଡ ଜୁନିୟର ଚାମ୍ପିଅନସିପ, ସାଉଥ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ତେଣୁ ତାଙ୍କଠାରୁ ଭାରତ ପଦକ ଆଶା କରୁଛି ।ସେପଟେ ଆଜି ହକିର ହାଇଭୋଲଟେଜ ମ୍ୟାଚ ଅଛି । ଭାରତୀୟ ମହିଳା ହକି ଦଳର ଭାଗ୍ୟ ପରୀକ୍ଷା । ଅପରାହ୍ନରେ ଭାରତୀ ମହିଳା ହକି ଦଳ ଓ ଆର୍ଜେଟିଂନା ମଧ୍ୟରେ ସେମିଫାଇନାଲ ଟକ୍କର ହେବ । ସେହିପରି ଆଜି ବକ୍ସିଂ ରିଙ୍ଗକୁ ଓହ୍ଲାଇବେ ଭାରତୀୟ ମହିଳା ବକ୍ସର ଲଭଲିନା । ସେମିଫାଇନାଲ ମୁକାବିଲାରେ ତୁର୍କୀର ବୁସେନାଜଙ୍କୁ ଭେଟିବେ ।

Leave A Reply

Your email address will not be published.