ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୨୯ ଜିଲ୍ଲାରେ ଥୟ ଧରିଲେଣି କୋଭିଡ୍

0

ଭୁବନେଶ୍ବର: ରାଜ୍ୟରେ ହଜାରେରୁ ତେରଶହ ଭିତରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୯ ଜିଲ୍ଲାରେ ଶହେ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। କଟକ ଜିଲ୍ଲାରେ ମଧ୍ୟ ଦୀର୍ଘ ଦିନ ପରେ ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା ଖସିଛି। ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି।

୨୪ ଘଣ୍ଟାରେ ୬୬ ହଜାର ୭୭୦ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୧୦୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୧.୬୪% । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୯୨, ଅନୁଗୁଳରୁ ୪୦, ବାଲେଶ୍ୱରରୁ ୭୭, ଜଗତସିଂହପୁରରୁ ୫୮,ଯାଜପୁରରୁ ୬୮, କେନ୍ଦ୍ରାପଡାରୁ ୩୬, ମୟୂରଭଂଜରୁ ୩୨,ପୁରୀରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭ରେ ପହଞ୍ଚିଛି।

ରାଜ୍ୟରେ ଆଉ ୬୪ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ମୋଟ ମୃତ୍ୟୁସଂଖ୍ୟା ୬ ହଜାର ୩୬୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୭ ଜଣ, ବାଲେଶ୍ୱର ଓ କେନ୍ଦୁଝରରୁ ୪ ଲେଖାଁଏ, ମୟୂରଭଂଜରୁ ୩, ଅନୁଗୁଳ,ଭଦ୍ରକ,ବୌଦ୍ଧ,ଦେବଗଡ଼,ଢେଙ୍କାନାଳ,ଗଞ୍ଜାମ,କେନ୍ଦ୍ରାପଡା, ନୟାଗଡ଼,ଓ ପୁରୀରୁ ଜଣେ ଲେଖାଁଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.