ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜଧାନୀ ରାଜରାସ୍ତାରେ ଯାତ୍ରା କଳାକାର

0

କଳାକାରଙ୍କୁ ଭୂଆଁ ବୁଲାଉଛନନ୍ତି ସରକାର

ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯାତ୍ରା କଳାକାର । ବିଭିନ୍ନ ଦାବି ନେଇ ଯାତ୍ରା କଳାକାର ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ମହାମାରୀ କରୋନା ପାଇଁ ଅନେକ ଦିନ ଧରି ଯାତ୍ରା ବନ୍ଦ ରହିଥିଲା । ଏବେ ଅଗଷ୍ଟଗାଇଡଲାଇନରେ କଟକଣା କୋହଳ ପରେ ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ମିଳିଛି । ହେଲେ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ବଳବତର ଥିବା ବେଳେ ରାତିରେ ଯାତ୍ରା ପରିବେଷଣ କିଭଳି ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ସରକାର କଳାକାରଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଯାତ୍ରା କଳାକାର ଦାବି କରିଛନ୍ତି । ମହାମାରୀ କରୋନା ପାଇଁ ଲକଡାଉନ ବେଳେ ଅନେକ କଳାକାର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଲକଡାଉନ ସମୟରେ ଆର୍ଥିକ ଦୂରାବସ୍ଥାର ଶିକାର ହୋଇଛନ୍ତି ଯାତ୍ରା କଳାକାର । ଲକଡାଉନରେ ଯାତ୍ରା ବନ୍ଦ ଥିବାରୁ ଟଙ୍କା ରୋଜଗାର କରିବା ବନ୍ଦ ହୋଇପଡିଛି । ତେଣୁ ଏବେ ସରକାର ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି । ୬ ମାସ ପାଇଁ ମାସକୁ ୫ ହଜାର ଲେଖାଁଏ ପ୍ୟାକେଜ ଘୋଷଣା ପାଇଁ ଦାବି କରିଛନ୍ତି । ଏହା ସହ ନାଇଟ କର୍ଫ୍ୟୁ ରଖି କିଭଳି ଯାତ୍ରା ପାଇଁ ଅନୁମତି ଦେଲେ ସେ ନେଇ କିଛି ବିଚାର କରିବାକୁ ଯାତ୍ରା କଳାକାର ସଂଘ ଦାବି କରିଛି ।

Leave A Reply

Your email address will not be published.