ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜୀବନ ପାଇଁ ଭିଡ଼…

0

କାବୁଲ: ସମ୍ଭବତଃ ଏ ଦୃଶ୍ୟ ଆଗରୁ କେବେ ଦେଖିବାକୁ ମିଳିନଥିବ। ଟ୍ରେନ ଓ ବସରେ ଭିଡ ହେବା ଭଳି ବିମାନ ମଧ୍ୟରେ ଅସମ୍ଭାଳ ଭିଡର ଦୃଶ୍ୟ । ବିମାନର ସିଟ ସଂଖ୍ୟା ହେଉଛି ୧୩୦। କିନ୍ତୁ ବିମାନ ଭିତରକୁ ପଶିଛନ୍ତି ୬୪୦ ଅଧିକ ଲୋକ। ଜଣକ ଉପରେ ଜଣେ ଲଦାଲଦି। ଗୋଡ ବୁଲାଇବାକୁ ମଧ୍ୟ ବିମାନ ମଧ୍ୟରେ ଜାଗା ନାହିଁ।ସୋସିଆଲ ମିଡିଆରେ ଏଭଳି ଭିଡର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ତାଳିବାନ ବିଦ୍ରୋହୀ କାବୁଲ କବକା କରିବା ପରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଲୋକ ଜୀବନ ବଞ୍ଚାଇବାକୁ ଭୟରେ ପଳାୟନ କରୁଛନ୍ତି । ତାଲିବାନ ଶାସନରୁ ବର୍ତିବା ପାଇଁ ଯିଏ ଯେମିତି ପାଉଛି ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଛନ୍ତି। ଆମେରିକାର ସ୍ୱତନ୍ତ୍ର ବିମାନରେ କାବୁଲରୁ କତାର ଯାଇଛନ୍ତି ୬୪୦ ଆଫଗାନ ନାଗରିକ।

ଆମେରିକାର ଏହି କାର୍ଗୋ ବିମାନ ଭିତରେ ଏଭଳି ଭିଡ ହୋଇଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ଦେଖାଦେଇଥିଲା। ଆଉ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ମହିଳା ଓ ଶିଶୁ। ଲୋକମାନେ ସାମରିକ ବିମାନ ଉପରେ ଟ୍ରେନ କି ବସରେ ଠେଲାପେଲା ହୋଇ ଚଢୁଥିବା ନଜରକୁ ଆସିଥିଲା।

ଗତକାଲି ମଧ୍ୟ ତାଲିବାନ ନାଗରିକ ମାନେ ବିମାନବନ୍ଦରରେ ଭିଡ ଜମାଇଥିଲେ। ବିମାନରେ ଦଳାଚକଟା ପରିସ୍ଥିତିରୁ ୫ ଜଣଙ୍କ ଜୀବନ ମଧ୍ୟ ଯାଇଥିଲା। ଏଭଳି ଉଡନ୍ତା ବିମାନରୁ ଆକାଶ ମାର୍ଗରୁ ଲୋକ ଖସିପଡିଥିବାର ମଧ୍ୟ ଭୟଙ୍କର ଚିତ୍ର ଦେଖିବାକୁ ମିଳିଥିଲା । ଅସମ୍ଭାଳ ଭିଡ ପାଇଁ କାବୁଲ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା।

Leave A Reply

Your email address will not be published.