ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

‘ତାଲିବାନ ପଛରେ ପାକିସ୍ତାନ’

0

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ମୁହଁ ଖୋଲିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆର୍ଯ୍ୟାନ ସୟିଦ୍। ତାଲିବାନ ପଛରେ ରହିଛି ପାକିସ୍ତାନ ହାତ। ଏଭଳି ବୟାନ ଦେଇଛନ୍ତି ପପ୍ ଷ୍ଟାର। ସେ କହିଛନ୍ତି, ଆଫଗାନିସ୍ତାନରେ ଆଜି ଯେଉଁଭଳି ସ୍ଥିତି ଉପୁଜିଛି ସେଥିପାଇଁ ପାକିସ୍ତାନ ଦାୟୀ । ପାକିସ୍ତାନ ସରକାର ହିଁ ତାଲିବାନ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଦୃଢ କରୁଛି । ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଛି।

ପାକିସ୍ତାନକୁ ତାଲିବାନ ଶକ୍ତିଶାଳୀ କରୁଥିବାର ଅନେକ ପ୍ରମାଣ ବର୍ଷ ବର୍ଷ ଧରି ଦେଖିଆସୁଥିବା କହିଛନ୍ତି ପପ ଷ୍ଟାର ଆର୍ଯ୍ୟାନ ସୟିଦ। ପାକିସ୍ତାନକୁ କୌଣସି ଆର୍ଥିକ ସହାୟତା ନକରିବାକୁ ସେ ବିଶ୍ୱ ସମୁଦାୟକୁ ଅପିଲ କରିଛନ୍ତି। ଏବେ ତାଲିବାନ କେବଳ ଆଫଗାନିସ୍ତାନ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ସତର୍କ ସୂଚନା। ତେଣୁ ବର୍ତମାନ ପରିସ୍ଥିତିର ସମାଧାନ ପାଇଁ ସବୁ ରାଷ୍ଟ୍ର ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବାକୁ ସେ ଗଣମାଧ୍ୟମ ଆଗରେ ଗୁହାରି କରିଛନ୍ତି।

ସେହିପରି ବର୍ତମାନ ସ୍ଥିତିରେ ଭାରତର ସହାୟତାକୁ ନେଇ କୃତଜ୍ଞତା ଜଣାଇଛନ୍ତି ପପ୍ ଷ୍ଟାର ଆର୍ଯ୍ୟାନ। ଦୁର୍ଦ୍ଦିନ ସମୟରେ ସହଯୋଗକୁ ସେ ପ୍ରଶଂସା କରିବା ସହ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ଆଫଗାନିସ୍ତାନକୁ ତାଲିବାନ କବଜା କରିନେଇଥିବା ବେଳେ ଆଜି ତାଲିବାନ ବିରୋଧରେ ଏକାଠି ହେବ ବିଶ୍ୱର ୭ ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭର୍ଚୁଆଲ ବୈଠକରେ ଉପସ୍ଥିତ ରହିବେ। ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ କରାଯିବ କି ନାହିଁ ସେ ନେଇ ବଡ଼ ନିଷ୍ପତି ନିଆଯିବ।

Leave A Reply

Your email address will not be published.