ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ଓଟିଟିରେ ସନି…

0

ବିଗବସ୍ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ସନ୍ନି ଲିଓନ। ଓଟିଟି ପ୍ଲାଟଫର୍ମ ଭୁଟ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ସନ୍ନି କହିଛନ୍ତି ଯେ, ସେ ବିଗବସ୍ ଓଟିଟିକୁ ଆସଛନ୍ତି, ଏବଂ ସେ ବେଶ ଖୁସି ଅଛନ୍ତି। ସେ ନିଜ ଅନ୍ଦାଜରେ ମସ୍ତି କରିବେ ବୋଲି କହିଛନ୍ତି।

ସନ୍ନି ଲିଓନ କହିଛନ୍ତି ,ଏଥର ସୋ ସମ୍ପୂର୍ଣ୍ଣ ଭିନ୍ନ ଅଛି। କେବଳ ଯୋଡିମାନଙ୍କ ଉପରେ ଏହାର ଫୋକସ ରହିଛି। ସେ ଆହୁରି କହିଛନ୍ତି ଯେ, ଯେଉଁଠି ଯୋଡିଥିବେ ସେଠାରେ ସେ ନିଶ୍ଚିତ ଥିବେ। ଏହି ସୋ’ଠାରୁ ନିଜକୁ ଅଲଗା କରିହେବନି। ସେ ନିଜ ଷ୍ଟାଇଲରେ ମସ୍ତି କରିବାକୁ ଯାଉଛନ୍ତି ସେଥିପାଇଁ ଏହି ସୋ’ ସହ ଦର୍ଶକଙ୍କୁ ଯୋଡି ହୋଇ ରହିବାକୁ କହିଛନ୍ତି । ତେବେ ସନ୍ନି ଏହି ସୋ’ରେ ପ୍ରତିଦ୍ୱନ୍ଦ୍ୱୀ ହିସାବରେ ଯୋଗଦେବେ କି ଗାଇଡ ହିସାବରେ ତାହା ସ୍ପଷ୍ଟ ହୋଇନାହିଁ।

ସନ୍ନି ନିଜର କ୍ୟୁଟ ଅନ୍ଦାଜ ଯୋଗୁଁ ଲୋକଙ୍କ ମନରେ ସବୁବେଳେ ଜାଗା ବନାଇବାରେ ସଫଳ ହୋଇପାରିଛନ୍ତି। ଏବେ ବିଗ ଓଟିଟିରେ ସନ୍ନିଙ୍କ ଏଣ୍ଟ୍ରି
ହେବାକୁ ନେଇ ଫ୍ୟାନ ମାନେ ବେଶ ଉତ୍ସାହିତ ଅଛନ୍ତି। ସନ୍ନି ଲିଓନି ଏବେ ବଲିଉଡ ଓ ଛୋଟ ପରଦାରେ ନିଜର ଦବଦବା ଜାହିର କରିବାରେ ଲାଗିଲେଣି।ଏହା ପୂର୍ବରୁ ତାଙ୍କୁ କେବଳ ଫିଲ୍ମର ଆଇଟମ ସଙ୍ଗରେ ଦେଖିବାକୁ ମିଳୁଥିଲା। ବର୍ତମାନ ସେ ସାଉଥ ଫିଲ୍ମ ଓ ବଲିଉଡ ତଥା ଛୋଟ ପରଦାରେ ମଧ୍ୟ ଦେଖିବାକୁ ମିଳିଲେଣି ।

Leave A Reply

Your email address will not be published.