- ଅଧିକ ସମୟ ବେକ ତଳକୁ କରି କାମ କର ନାହିଁ।
- ବେଶୀ ସମୟ ଧରି କମ୍ପ୍ୟୁଟରରେ କାମ କରନ୍ତୁ ନାହିଁ।
- ଦୀର୍ଘ ସମୟ ଧରି ଲେଖାଲେଖିରୁ ବିରତ ରୁହନ୍ତୁ।
- ରାତିରେ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ।
- ଅଧିକ ସମୟ ଗାଡି ଚଳାଇଲେ ବି ବେକରେ ପ୍ରଭାବ ପଡିବ।
- ଡାକ୍ତରଙ୍କ ପରାମର୍ଶରେ କୋଲାର ବେଲ୍ଟ ବ୍ୟବହାର କରନ୍ତୁ।
- ନିୟମତ ବ୍ୟାୟାମ ବି ବେକ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ।
- ବାମ ହାତ ପାପୁଲିକୁ ବାମ ପଟ କାନର ଉପରି ଭାଗରେ ରଖନ୍ତୁ।
- ହାତ ଓ ମୁଣ୍ଡକୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ଧିରେ ଧିରେ ୧ରୁ ୧୦ ଯାଏଁ ଗଣନ୍ତୁ ଓ ସେ ଯାଏ ଜାରିରଖନ୍ତୁ।
- ଦ୍ବିତୀୟରେ ଡାହାଣ ପାପୁଲି ଡାହାଣ କାନର ଉପରେ ରଖନ୍ତୁ
- ହାତ ଓ ମୁଣ୍ଡକୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ଏହିପରି ରଖି ଧିରେଧିରେ ୧ରୁ୧୦ ଯାଏ ଗଣିଚାଲନ୍ତୁ।
- ତୃତୀୟ ପର୍ଯ୍ୟାୟରେ ହାତକୁ ନିଜ କପାଳ ମଝିରେ ରଖନ୍ତୁ।
- ହାତ ଓ ମୁଣ୍ଡ କୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ଠିକ୍ ପୂର୍ବଭଳି ଧୀରେ ଧୀରେ ୧ରୁ ୧୦ ଯାଏ ଗଣନ୍ତୁ।
- ଚତୁର୍ଥ ପର୍ଯ୍ୟାୟରେ ନିଜ ମୁଣ୍ଡ ପଛପଟେ ରଖିବା ଦରକାର।
- ହାତ ଓ ମୁଣ୍ଡକୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ସେହି ସମାନ ଧାରା। ଧୀରେ ଧୀରେ ୧ରୁ୧୦ ଯାଏ ଗଣନ୍ତୁ।
- ପଞ୍ଚମ ପର୍ଯ୍ୟାୟରେ କାନ୍ଧକୁ ଉପରକୁ ଟେକନ୍ତୁ।
- ଏଥର ଧୀରେ ଧୀରେ ଏବଂ ୧ରୁ୫ ଯାଏ ଗଣନ୍ତୁ।
- ଷଷ୍ଠ ବା ଶେଷରେ ମୁଣ୍ଡକୁ ଧୀରେଧୀରେ ସିଧା ୧୫ ଥର ବୁଲାନ୍ତୁ।
- ଏହି ପ୍ରକ୍ରିୟା ଶେଷ ପରେ ଓଲଟା ୧୫ଥର ବୁଲାଇବା ଦରକାର।
ପ୍ରମୁଖ ଖବର
ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ