ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଭାରତୀୟ ବ୍ୟବସାୟୀଙ୍କୁ ତାଲିବାନୀଙ୍କ ଅପହରଣ

0

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଆସିବା ପରେ ଲୋକଙ୍କ ଉପରେ ନିର୍ଯାତନା ଆହୁରି ବଢିଯାଇଛି। ଦିନକୁ ଦିନ ତାଲିବାନୀ ଆତଙ୍କୀଙ୍କ ଅତ୍ୟାଚାର ବଢିଚାଲିଛି। ପ୍ରତିଦିନ ତାଲିବାନୀ ମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । କାହାକୁ ହତ୍ୟା କରୁଛନ୍ତି ତ କାହାକୁ ଅପହରଣ କରିନେଉଛନ୍ତି। ନୃଶଂସତାର ସୀମା ପାର କରୁଛନ୍ତି ତାଲିବାନୀ। ଏହାରି ଭିତରେ ଆଫଗାନରେ ଜନ୍ମିତ ଜଣେ ଭାରତୀୟଙ୍କୁ ଅପହରଣ ନେଇ ଖବର ଆସୁଛି। ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରିନେଇଛନ୍ତି ତାଲିବାନୀ।

ଭାରତୀୟ ବିଶ୍ୱ ଫୋରମ ଅଧ୍ୟକ୍ଷ ପୁନିତ ସିଂହ ଚଂଢୋକଙ୍କ ସୂଚନା ଅନୁସାରେ, ତାଲିବାନୀ ମାନେ କାବୁଲରେ ଆଫଗାନସ୍ଥାନରେ ଜନ୍ମିତ ଜଣେ ଭାରତୀୟଙ୍କୁ ବନ୍ଧୁକ ମୁନରେ ଅପହରଣ କରିଛନ୍ତି । ତାଙ୍କ ନାଁ ବଂଶରୀ ଲାଲ ଅରେନ୍ଦେହୀ । ବଂଶରୀ ଶିଖ ସମୁଦାୟର ଅଟନ୍ତି। ୫୦ ବର୍ଷୀୟ ବଂଶରୀଙ୍କ କାବୁଲରେ ଔଷଧ ଉତ୍ପାଦନର ଦୋକାନ ରହିଛି। ତାଙ୍କୁ ତାଲିବାନୀ ମାନେ ମଙ୍ଗଳବାର ସକାଳ ୮ଟାରୁ ଅପହରଣ କରିନେଇଛନ୍ତି। ତାଙ୍କ ସହ ତାଙ୍କ ସହକର୍ମୀମାନଙ୍କୁ ମଧ୍ୟ ଅପହରଣ କରିନେଇଥିଲେ। ହେଲେ ସେମାନେ କୌଣସି ମତେ ତାଙ୍କ କବଳରୁ ନିଜକୁ ବଞ୍ଚାଇ ପଳାଇଆସିଥିଲେ । ତାଙ୍କୁ ମଧ୍ୟ ତାଲିବାନୀ ମାନେ ନୃଶଂସ ଭାବେ ମାରିପିଟ କରିଛନ୍ତି।

ପୁନିତ ସିଂହ କହିଛନ୍ତି, ବଂଶରୀ ପରିବାର ଦିଲ୍ଲୀ ଏନସିଆରରେ ରହନ୍ତି । ସ୍ଥାନୀୟ ଯାଞ୍ଚ ଏଜେନ୍ସି ତାଙ୍କ ଅପହରଣ ନେଇ ଏକ ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କୁ ଖୋଜାଖୋଜି କରାଯାଉଛି । ତାଲିବାନୀ ମାନେ ବଂଶରୀଙ୍କ କେଉଁଠି ରଖିଛନ୍ତି, ତାଙ୍କ ଅବସ୍ଥା କେମିତି ଅଛି କିଛି ଜଣାପଡିନାହିଁ। ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି । ବଂଶରୀଙ୍କୁ ଉଦ୍ଧାର ପାଇଁ ସରକାର ତୁରନ୍ତ ଏହି ମାମଲାରେ ହସକ୍ଷେପ କରି ସହାୟତା କରିବା ପାଇଁ ଅପିଲ କରାଯାଇଛି ।

Leave A Reply

Your email address will not be published.