ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପୁଲିସକୁ ରାତି ଅନିଦ୍ରା କରାଇଦେଲା ଅଭିଯୁକ୍ତ

0

ଭୁବନେଶ୍ବର: ଅଭିଯୁକ୍ତକୁ ଧରିବାକୁ ଆସି ହଟ୍ଟହଟ୍ଟା ହେଲା ପୁଲିସ। ଛତ୍ରପୁରକୁ ଅଭିଯୁକ୍ତକୁ ଧରିବାକୁ ଆସି ଭଦ୍ରକ ପୁଲିସକୁ ନାକେଦମ ହେବାକୁ ପଡିଛି। ପୁଲିସ ଆସିଥିବା ଜାଣି ଘରର କବାଟ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଶେଷରେ ସାରା ରାତି ଅଭିଯୁକ୍ତର ଘର ଆଗରେ ଅନିଦ୍ରା ହୋଇ ବସିରହିଥିଲା ପୁଲିସ। ଆଉ ସକାଳୁ ବହୁତ ବୁଝାସୁଝା କରିବା ପରେ ଅଭିଯୁକ୍ତ କବାଟ ଖୋଲିଥିଲା।

ସୂଚନା ଅନୁସାରେ , ଗଞ୍ଜାମ ଛତ୍ରପୁର ବ୍ୟାଙ୍କ କଲୋନୀରେ ରୁହନ୍ତି ପିନା ସାମଲ। ସେ ୨୦୧୫ରେ ଭଦ୍ରକର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ କାହାକୁ ନଜଣାଇ ଛତ୍ରପୁରରେ ପୁଣି ଥରେ ଦ୍ୱିତୀୟ ବିବାହ କରିଛନ୍ତି ଯୁବକ ଜଣକ। ପ୍ରଥମ ପତ୍ନୀ ଅର୍ଥାତ୍ ଭଦ୍ରକରେ ବିବାହରେ କରିଥିବା ଯୁବତୀ ଜଣକ ଏନେଇ ଜାଣିବାକୁ ପାଇବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ଭଦ୍ରକ ପୁଲିସ ଯୁବକଙ୍କୁ ଗିରଫ କରିବାକୁ ଛତ୍ରପୁରରେ ପହଞ୍ଚିଥିଲେ।

ହେଲେ ପୁଲିସ ଆସୁଥିବା ଖବର ପାଇବା ପରେ ଯୁବକ ଜଣ ଘର କବାଟ ବନ୍ଦ କରିଦେଇଥିଲେ । ରାତି ୧୨ଟାରେ ଯେତେବେଳେ ପୁଲିସ ଟିମ ପହଞ୍ଚିଥିଲା, ପିନା ସାମଲ ଆଉ କବାଟ ଖୋଲିନଥିଲେ। ଯେତେ କହିଲେ ମଧ୍ୟ କବାଟ ଖୋଲିନଥିଲେ। ରାତି ସାରା ଯୁବକ ଜଣକ ଘର ଭିତରେ ଥିବା ବେଳେ ଘର ଦୁଆର ମୁହଁରେ ପୁଲିସ ଜଗିରହିଥିଲା।

ଶେଷରେ ବହୁ ବୁଝାସୁଝା ପରେ ଯୁବକ ଜଣକ ସକାଳ ୮ଟାରେ କବାଟ ଖୋଲିଥିଲା କବାଟ ଖୋଲିବା ପରେ ପୁଲିସ ତାଙ୍କୁ କାବୁ କରିନେଇଥିଲା । ଏବେ ପିନା ସାମଲଙ୍କୁ ଛତ୍ରପୁର ଥାନାକୁ ଆଣି ଭଦ୍ରକ ପୁଲିସ ପଚରାଉଚରା କରୁଛି । ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ କିଭଳି ଦ୍ୱିତୀୟ ବିବାହ କଲେ । ଦ୍ୱିତୀୟ ବିବାହ ପଛର କାରଣ କଣ । ସେ ନେଇ ପୁଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.