ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ସନ୍ଥଗୁଡାରେ ମାଡ ହେଲା ଗୁଲାବ, ବର୍ଷା ବିପଦ ଟଳିନି

0

ଭୁବନେଶ୍ବର: ପ୍ରବଳ ବର୍ଷା ଧରି ଆଗକୁ ବଢୁଥିବା ବାତ୍ୟା ଗୁଲାବ୍ ଘଣ୍ଟା ପ୍ରତି ୨୭ କିଲୋମିଟରରେ ମାଡି ଆସି ସନ୍ଧ୍ୟା ୬ଟା ବେଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦ କିଲୋମିଟର ଦୂର ସନ୍ଥଗୁଡା ବ୍ଲକରେ ବାତ୍ୟା ମାଡ ହୋଇଥିବା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି। ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ଏହି ତଥ୍ୟ ଦେଇଛନ୍ତି। ସ୍ଥଳଭାଗକୁ ଛୁଇଁବା ବେଳେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହୁଥିଲା।

ଅନ୍ୟପକ୍ଷରେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାତ୍ୟା ଓଡ଼ିଶାରେ ଆଦୌ ପ୍ରଭାବ ରଖିନାହିଁ। ଗଞ୍ଜାମ, ଗଜପତି, ରାୟଗଡାରେ ପବନ ନାହିଁ କିମ୍ବା ଆଇଏମଡି କରିଥିବା ପୂର୍ବାନୁମାନ ଅନୁସାରେ ସେଭଳି ଭୀଷଣ ବର୍ଷା ବି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ହୋଇନାହିଁ। ଏସଆରସି କହିଛନ୍ତି, ବର୍ଷା ମଝିରେ ମଝିରେ ସାମାନ୍ୟରୁ ମଧ୍ୟମ ଧରଣର ହୋଇଛି।

ବାତ୍ୟା ଏବେ ସମ୍ପୂର୍ଣ୍ଣ ସ୍ଥଳଭାଗକୁ ଛୁଇଁବା ପରେ ଶ୍ରୀକାକୁଲମରୁ କୋରାପୁଟ ଆଡକୁ ଯିବା ଆରମ୍ଭ କରିଛି। ପାଣିପାଗ ବିଜ୍ଞାନୀ କହୁଛନ୍ତି, ଯେହେତୁ ବାତ୍ୟାର ଡାହାଣ ପାର୍ଶ୍ବରେ ରାୟଗଡା, ଗଜପତି ଓ କୋରାପୁଟ ଜିଲ୍ଲା ରହିଛି, ଏଣୁ ଏଠାରେ ବର୍ଷା ବଢିବ। ରାତିରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହାର ପ୍ରଭାବରେ ଆକସ୍ମିକ ବନ୍ୟା ଆସିପାରେ। ତେବେ ଓଡ଼ିଶାରେ ପଶିବା ବେଳକୁ ୫୦ରୁ ୬୦ କିଲୋମିଟର ବେଗରେ ପବନ ରହିପାରେ।

ବାତ୍ୟା ଜନିତ କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ। କିଛି ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଆସନ୍ତାକାଲି ସକାଳୁ ପବନର ବେଗ ଆହୁରି କମିଯାଇଥିବ। ତେବେ ବାତ୍ୟାକୁ ଆଖି ଆଗରେ ରଖି ରେଡ୍ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରୁ ୩୯ ହଜର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ବାତ୍ୟା ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଛତିଶଗଡ ଭିତରକୁ ଚାଲିଯାଇଥିବ ବୋଲି ଆକଳନ କରାଯାଇଛି।

ତେବେ ଆନ୍ଧ୍ର ଶ୍ରୀକାକୁଲମରେ ଡଙ୍ଗା ଓଲଟି ୨ଜଣ ପ୍ରାଣ ହରାଇଥିବା କୁହାଯାଉଛି ଓ ଜଣେ ନିଖୋଜ ଅଛନ୍ତି। ଏହି ଡଙ୍ଗାରେ ୬ଜଣ ଥିଲେ।

Leave A Reply

Your email address will not be published.